ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର: ଭୁବନେଶ୍ୱର ବିମାନବନ୍ଦରରେ ଏଣିକି ଅନଲାଇନରେ ପାଇପାରିବେ ହଜି ଥିବା ସାମଗ୍ରୀର ସୂଚନା

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଲଷ୍ଟ ଆଣ୍ଡ ଫାଉଣ୍ଡ ସେବା ଉବଲବ୍ଧ

222

କନକ ବ୍ୟୁରୋ: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏଣିକି ଲଷ୍ଟ ଆଣ୍ଡ ଫାଉଣ୍ଡ ସେବା ଅନଲାଇନ ଉବଲବ୍ଧ ହୋଇଛି । ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କର ହଜିଯାଇଥିବା ସାମଗ୍ରୀ ଏବେ ଲିଙ୍କରେ ଦେଖି ହେବ । ବିମାନବନ୍ଦରରେ ଯାତ୍ରୀଙ୍କ ଯେଉଁ ସବୁ ସାମଗ୍ରୀ ହଜିଯାଇଥାଏ ଏବଂ ଏହାର ଯଦି କୌଣସି ଦାବିଦାର ନଥାନ୍ତି ସେହି ସବୁ ସାମଗ୍ରୀକୁ ଲଷ୍ଟ ଆଣ୍ଡ ଫାଉଣ୍ଡ୍ ସେବା ଦ୍ୱାରା ୱେବସାଇଟରେ ଅପଲୋଡ୍ କରାଯିବ ।

ଯାହା ଫଳରେ ଯଦି କୌଣସି ଯାତ୍ରୀଙ୍କ ସାମଗ୍ରୀ ହଜିଯାଇଛି ଏହି ୱେବସାଇଟ୍କୁ ଯାଇ ସେ ସଂପର୍କରେ ତଥ୍ୟ ଜାଣି ପାରିବେ । ନିଜ ଜିନିଷ ସଂପର୍କରେ ନିଶ୍ଚିତ ହେବା ପରେ ଆପଣ ସୋମବାରରୁ ଶୁକ୍ରବାର ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ସେଢ଼ ୫ଟା ଭିତରେ ଆସି ସେହି ସାମଗ୍ରୀ ନେଇପାରିବେ । ଏହି ସେବା ପାଇବା ପାଇଁ ଯାତ୍ରୀଙ୍କୁ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଏଇଆର୍ଓ ସ୍ଲାସ୍ ଇନ୍ ସ୍ଲାସ୍ ଲଷ୍ଟ-ଫାଉଣ୍ଡକୁ ଦେଖିବାକୁ ପଡ଼ିବ ।