ମୟୂରଭଞ୍ଜ ଉଦଳାରେ ଅଭାବନୀୟ ଘଟଣା ! ଏସଡିଓଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

24

କନକ ବ୍ୟୁରୋ : ଉଦଳାରେ ଚାଂଚଲ୍ୟ । ଏସଡିଓଙ୍କ ହାତ ଗୋଡ ବାନ୍ଧି ଲୁଟ୍ କଲେ ଦୁର୍ବୃତ୍ତ । ମୟୁରଭଞ୍ଜ ଜିଲ୍ଲା ଉଦଳାର ଖୁଂଟା ବିଦ୍ୟୁତ ବିଭାଗ ଅଫିସରେ ହୋଇଛି ଲୁଟ୍ । ଗତକାଲି ମଧ୍ୟରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖୁଂଟା ବିଦ୍ୟୁତ୍ ବିଭାଗ ଅଫିସରେ ୫ରୁ ୬ ଜଣ ଦୁର୍ବୃତ୍ତ ପଶିଥିଲେ । ଅଫିସରେ ଥିବା ଏସଡିଓଙ୍କ ହାତ ଗୋଡକୁ ବାନ୍ଧି ଦେଇଥିଲେ ଦୁର୍ବୃତ୍ତମାନେ । ଏହା ପରେ ଅଫିସର ଆଇରନ୍ ଚେଷ୍ଟ ଭାଙ୍ଗି ଲୁଟ୍ କରିଥିଲେ । ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ତନାଘନା ଚଳାଇଛି ପୋଲିସ ।