ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆ । ବ୍ରିଟେନ କୋର୍ଟରେ ମାମଲା ରୁଜୁ କରିବାକୁ ଲଳିତ ମୋଦୀ ଦେଲେ ଧମକ

7,516

କନକ ବ୍ୟୁରୋ : ଆଇପିଏଲ ବା ଇଣ୍ଡିଆନ ପ୍ରିମିୟର ଲିଗର ପୂର୍ବତନ ମୁଖ୍ୟ ଲଳିତ ମୋଦୀ ଘୋଷଣା କରିଛନ୍ତି କି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀ ବିରୋଧରେ ବ୍ରିଟେନ କୋର୍ଟରେ ମାମଲା ଦାଖଲ କରିବେ । ରାହୁଲ ଗାନ୍ଧୀ ତାଙ୍କ ଟିପ୍ପଣୀରେ ମୋଦୀ ସାଙ୍ଗିଆକୁ ନେଇ ମନୀ ଲଣ୍ଡରିଂ ଓ ଦୁର୍ନୀତି ସହ ଯୋଡିଥିଲେ । ସେପଟେ ଆଇପିଏଲରେ ଦୁର୍ନୀତି କରିଥିବା ଅଭିଯୋଗ ହେବା ପରେ ଲଳିତ ମୋଦୀ ୨୦୧୦ ମସିହାରୁ ଭାରତ ଛାଡି ଲଣ୍ଡନରେ ରହୁଛନ୍ତି । ସେ ତାଙ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସେ ଲେଖିଛନ୍ତି କି ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ଭାବେ ମୁର୍ଖ ବୋଲି ପ୍ରମାଣିତ ହେବା ଦେଖିବାକୁ ମୁଁ ଉତ୍ସୁକ ବୋଲି ସେ ଲେଖିଛନ୍ତି ।

ସୂଚନା ଥାଉକି କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ କିଛି ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀ ବରୋଧରେ ପୂର୍ଣ୍ଣେସ ମୋଦୀ ନାମକ ଗୁଜରାଟର ଜଣେ ପୂର୍ବତନ ମନ୍ତ୍ରୀ ସୁରଟ କୋର୍ଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଦଣ୍ଡବିଧାନ ଆଧାରରେ ଲୋକସଭା ସଚିବାଳୟ ତରଫରୁ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ଅଯୋଗ୍ୟ ଘୋଷଣା କରାଯାଇଛି ।

ସେପଟେ ଲଳିତ ମୋଦୀ ରାହୁଲ ଗାନ୍ଧୀଙ୍କ ଦ୍ୱାରା ତାଙ୍କୁ ନ୍ୟାୟର ପଳାତକ କହିବା ଆଧାରରେ ପ୍ରଶ୍ନ ଉଠାଇଛନ୍ତି । ଲଳିତ ମୋଦୀ କହିଛନ୍ତି କି ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ । ଏହାସହ ଲଳିତ ମୋଦୀଙ୍କ ପରିବାର ଭାରତ ପାଇଁ ଗାନ୍ଧୀ ପରିବାର ଠାରୁ ଅଧିକ କାମ କରିଥିବା ଦାବି କରିଛନ୍ତି ।