ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ଅଘଟଣ : ଦୌଡ଼ ପ୍ରତିଯୋଗିତାରେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ

323

କନକ ବ୍ୟୁରୋ : ଓଡ଼ିଶା ପୋଲିସ କନଷ୍ଟେବଳ ଇଂଟରଭ୍ୟୁ ବେଳେ ଅଘଟଣ । ଶାରୀରିକ ପରୀକ୍ଷା ବେଳେ ଚାଲିଗଲା ଜୀବନ । ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛତ୍ରପୁର ରିଜର୍ଭ ପୋଲିସ ପଡିଆ ଠାରେ ୧୬୦୦ ମିଟର ଦୌଡିବା ସମୟରେ ଜଣେ ପରୀକ୍ଷାର୍ଥୀ ହଠାତ୍ ଅଚେତ ହୋଇପଡ଼ି ମୃତ୍ୟୁବରଣ କରିଛନ୍ତି ।
ମୃତକ ଜଣତ ହେଲେ ଗଞ୍ଜାମ ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଗୌରହରି ଦାସଙ୍କ ପୁଅ ଦୀପ୍ତିରଞ୍ଜନ ଦାସ । ଦୀପ୍ତିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡ଼ିକାଲ ଏବଂ ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଥିଲା । ତେବେ ବ୍ରହ୍ମପୁର ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।