ପୁରୁଷଙ୍କ ରାଗକୁ କମ୍ କରେ ମହିଳାଙ୍କ ଆଖିର ଲୁହ । ପିଏଲଓଏସ୍ ବାୟୋଲୋଜି ରିପୋର୍ଟରୁ ଆସିଲା ତଥ୍ୟ ।

315

କନକ ବ୍ୟୁରୋ: ପୁରୁଷଙ୍କ ରାଗକୁ କମାଏ ମହିଳାଙ୍କ ଆଖିର ଲୁହ । ବୈଜ୍ଞାନିକଙ୍କ ଗବେଷଣାରୁ ଆସିଲା ରୋଚକ ତଥ୍ୟ । କୁହାଯାଏ ଯେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗିଲେ ମହିଳା ମାନେ ଆଖିର ଲୁହକୁ ହତିଆର ଭାବେ ବ୍ୟବହାର କରିଥାନ୍ତି । ଅର୍ଥାତ କାନ୍ଦିବା ଦ୍ୱାରା ସ୍ୱାମୀଙ୍କ ରାଗ କମ୍ ହୋଇଥାଏ ବୋଲି ମହିଳା ମାନେ ବିଶ୍ୱାସ କରିଥାନ୍ତି । ପିଏଲ୍ଓଏସ୍ ବାଓଲୋଜିରେ ଗୁରୁବାର ପ୍ରକାଶିତ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି । ମହିଳାଙ୍କ ଆଖିରେ ଲୁହ ଦେଖିଲେ ପୁରୁଷଙ୍କ ରାଗ ଶାନ୍ତ ହୋଇ ଯାଇଥାଏ ବୋଲି ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ଏହାକୁ ନେଇ ଇସ୍ରାଏଲର ବିଜମେନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ପକ୍ଷରୁ ଏକ ଗବେଷଣା କରାଯାଇଛି । ଯେଉଁଥିରୁ ଆଶ୍ଚର୍ୟ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କ ଆଖିର ଲୁହରେ ଥିବା କେମିକାଲ ପ୍ରଭାବରେ ପୁରଷ ଠାରେ ଦେଖାଯାଉଥିବା ରାଗ, ପ୍ରତିଶୋଧପରାୟଣତା ଏବଂ ଚିଡିଚିଡାପଣ ହ୍ରାସ ହେଉଥିବା ପିଏଲଓଏସ ବାୟୋଲୋଜି ଷ୍ଟଡିରେ ପ୍ରକାଶିତ ହୋଇଛି । ମହିଳାଙ୍କ ଆଖିର ଲୁହରେ ଥିବା କେମିକାଲ ପୁରଷଙ୍କ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ବୋଲି ରିପୋର୍ଟରେ କୁହାଯାଇଛି ।

ମହିଳା କାନ୍ଦିଲେ ରାଗ ସରିଯାଏ
– ପୁରୁଷଙ୍କ ରାଗକୁ ଶାନ୍ତ କରିଥାଏ ମହିଳାଙ୍କ ଆଖିର ଲୁହ
– ମହିଳାଙ୍କ ଆଖି ଲୁହରେ ଥିବା କେମିକାଲ ତରଳାଇଥାଏ ପୁରୁଷଙ୍କ ହୃଦୟ
– ଲୁହ ଦେଖି କମି ଯାଇଥାଏ ପିରୁଷଙ୍କ ପ୍ରତିଶୋଧ ନେବାର ଇଚ୍ଛା
– ୪୪.୭% ପର୍ୟ୍ୟନ୍ତ କମ୍ ହୋଇଯାଇଥାଏ ପୁରୁଷଙ୍କ ପ୍ରତିଶୋଧର ଇଚ୍ଛା
– ମହିଳାଙ୍କ ଲୁହରେ ତରଳିଯାଇଥାଏ ପୁରୁଷଙ୍କ ହୃଦୟ
– ମହିଳାଙ୍କ ଲୁହରେ କମ୍ ହୋଇଥାଏ ପୁରୁଷଙ୍କ ଟେଷ୍ଟୋଷ୍ଟେରୋନ୍
– ପ୍ରଥମେ ମୂଷାଙ୍କୁ ନେଇ କରାଯାଇଥିଲା ଏହି ଗବେଷଣା
– ପରେ ମନୁଷ୍ୟଙ୍କ ଉପରେ କରାଗଲା ପ୍ରୟୋଗ
– ୬୨ ଜଣ ପୁରୁଷଙ୍କୁ ନେଇ କରାଯାଇଛି ଏହି ଗବେଷଣା
– ଲୁହ ବାସ୍ନାରେ ପୁରୁଷଙ୍କ ରାଗ ଶାନ୍ତ ହେଉଯାଉଥିବା ଗବେଷଣାରୁ ସ୍ପଷ୍ଟ
– ଗବେଷଣାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରୁନାହାଁନ୍ତି ଅନ୍ୟ ବୈଜ୍ଞାନିକ
– କାରଣ ଘରୋଇ କଳିରେ କାମ ଦେଉନି ଏହି ଫର୍ମୂଲା