କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର: ରାଜ୍ୟ ବାହାରେ ଓ ପ୍ରବାସୀ ଓଡିଆଙ୍କ ସୁବିଧା ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ

1,873

କନକ ବ୍ୟୁରୋ: କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ପ୍ରବାସୀ ଓଡିଆଙ୍କ ସୁବିଧା ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ । ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଓଡିଶା ପରିବାର ନିର୍ଦ୍ଦେଶାଳୟ ଖୋଲାଯିବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି ।ଏହା ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ କାର୍ଯ୍ୟ କରିବ ବୋଲି ପ୍ରସ୍ତାବ ରହିଛି । ବିଦେଶରେ ଓଡିଶାର ଭାଷା, ସଂସ୍କୃତି ଓ ଐତିହ ପ୍ରଚାର ଦିଗରେ ଏହା କାମ କରିବ ।

ରାଜ୍ୟ ଯୋଜନା ଅର୍ନ୍ତଭୁକ୍ତ କୃଷକ ସଂଗଠନ ଗୁଡିକୁ ସହାୟତା ଉଦ୍ଦେଶ୍ୟରେ ଆଗାମୀ ୫ବର୍ଷ ପାଇଁ ୩ଶହ ୧୩କୋଟି ୬୧ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି ।ହଜାରରେ ଉର୍ଦ୍ଧ କୃଷକ ଉତ୍ପାଦକ ସଂଗଠନ ୩ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରି ରୁଣ ସଂଯୋଗୀକରଣ , ଆର୍ଥିକ ବୈଷୟିକ ଓ ଭିତିଭୂମି ସହାୟତା ସହ ଏକତ୍ରିକରଣ ଓ ବଜାର ସଂଯୋଗୀକରଣ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ । ସେହିପରି ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି । ସେପଟେ ୭ଟି ଗ୍ରାମୀଣ ପାଇପ ଜଳ ପ୍ରକଳ୍ପକୁ କ୍ୟାବିନେଟର ମଂଜୁରୀ । ଜାପାନଗସ୍ତରେ ଥିବା ଯୋଗୁଁ ଭର୍ଚୁଆଲରେ ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ।