ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍। ପ୍ରଶ୍ନପତ୍ର ଲିକ୍ ପଛରେ ରହିଛି କୁଚିଣ୍ଡା ପ୍ରଫେସରଙ୍କ ହାତ।

156

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପଛରେ ଏକ ଅନୁଦାନପ୍ରାପ୍ତ କଲେଜର ପ୍ରଫେସରଙ୍କ ରହିଛି ହାତ । ଏହା କହିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭିସି । ଘଟଣା ନେଇ ଏଫଆଇଆର ଦିଆଯିବା ସହ ଅଧିକ ତଦନ୍ତ ପାଇଁ ସାଇବର ଥାନାକୁ ଭିସି ଲେଖିଛନ୍ତି ଚିଠି । ସଂପୃକ୍ତ କଲେଜର ପ୍ରଫେସର ଓ ପ୍ରିନ୍ସିପାଲଙ୍କୁ ବିଶ୍ୱବିଦ୍ୟାଳୟକୁ ଡକାଯାଇଛି । ଆଗକୁ ନୂଆ ପ୍ରଶ୍ନପତ୍ରରେ ପରୀକ୍ଷା ହେବ ବୋଲି କହିଛନ୍ତି ଭିସି ।

ଆଜି ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ ହୋଇଥିଲା । ଦୁଇଦିନ ତଳେ ଫିଜିକ୍ସ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । କିନ୍ତୁ ଭାଇରାଲ ପ୍ରଶ୍ନପତ୍ର ପ୍ରକୃତ ପ୍ରଶ୍ନପତ୍ର ବୋଲି ଜଣାପଡିବା ପରେ ଆଜି ନିର୍ଦ୍ଧାରିତ ସମୟ ୧୦ଟାରେ ହେବାକୁ ଥିବା ଫିଜକ୍ସ ପରୀକ୍ଷା ବାତିଲ କରାଯାଇଛି । ଏପଟେ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ବାତିଲ ହୋଇଥିବା ପରୀକ୍ଷା ଆସନ୍ତା ୨୦ ତାରିଖରେ ହେବ । ଗତକାଲି ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରାଯାଇଥିଲା । ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ମିଶଥିଲା ଅରଜିନାଲ ପ୍ରଶ୍ନପତ୍ର । କୋଶ୍ଚିନ୍ ପେପର ଲିକ୍ ହୋଇଥିବା ନେଇ ସ୍ୱୀକାର କରିଛନ୍ତି କଲେଜ କର୍ତୃପକ୍ଷ । ସେପଟେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଆସିଛି । ଏଥିରେ ଅଧ୍ୟାପକ ନିର୍ମଳ ଉର୍ମାଙ୍କୁ ୟୁନିଭର୍ସିଟି ଆସିବାକୁ ଚିଠି କରିଛନ୍ତି ପରୀକ୍ଷା ନିୟନ୍ତ୍ରକ । ତେବେ କେଉଁ ବାବଦକୁ ତାଙ୍କୁ ଡକା ଯାଇଛି ତାହା ଉଲ୍ଲେଖ ହୋଇ ନାହିଁ ।