ଧରାପଡିଲା ନକଲି ରୁଣ ଆପ୍ ଠକ। ଇଓଡବ୍ଲୁ ହାତରେ ଧରା ପଡିଲା ମୋଷ୍ଟ ୱାଣ୍ଟେଡ୍ ନୀତିନ ମଲ୍ଲିକ।

117

କନକ ବ୍ୟୁରୋ: ଇଓଡବ୍ଲୁ ହାତରେ ଧରା ପଡିଲା ନକଲି ରୁଣ ଆପର ଭାରତ ଏଜେଣ୍ଟା ଦିଲ୍ଲୀରେ ଗିରଫ ହୋଇଛି ଠକ ନୀତିନ ମଲ୍ଲିକ । ନୀତିନ୍ ମଲ୍ଲିକକୁ ଟ୍ରାଂଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ଇଓଡବ୍ଲୁ । ଅନ୍ତର୍ଜାତୀୟ ରାକେଟ୍ ସହ ନୀତିନର ସମ୍ପର୍କ ରହିଛି । ରାକେଟର ମାଷ୍ଟରମାଇଣ୍ଡ ଚାଇନାରୁ ଅପରେଟ୍ କରୁଛି । ଚାଇନାର ୩ଟି ସଂସ୍ଥା ସହ ନୀତିନର ସମ୍ପର୍କ ଥିବା ଇଓଡବ୍ଲୁ ପକ୍ଷରୁ ସୂଚନା ମିଳିଛି । ନୀତିନ ମାସକୁ ଭଲ ରୋଜଗାର କରୁଥିବା ସୂଚନା ଦେଇଛି ଇଓଡବ୍ଲୁ ।

ନୀତିନଙ୍କ ଜାଲରେ ଫସି ରହିଥିଲେ ଶକ୍ତି ପ୍ରସାଦ ଦାସ । କ୍ରେଡିଟ୍ ଗୋଲ୍ଡ ଆପ୍ ଡାଉନଲୋଡ୍ କରି ପଠାଉଥିଲା ଟଙ୍କା । ଅନ୍ତର୍ଜାତୀୟ ଠକ ଦଶଟି ଋଣ ଆପରେ ଠକୁଥିଲେ । ଭାରତର ବିଭିନ୍ନ ରାଜ୍ୟରେ ଠକେଇ କରିଛି ନୀତିନ । ମୁମ୍ବାଇ ପୋଲିସ ସମେତ ଅନ୍ୟ ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲେ ନୀତିନ । ଅଭିଯୁକ୍ତ ନୀତିନ ପାଖରୁ ଲାପଟପ୍ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଇଓଡବ୍ଲୁ ।