ଲକ୍ଷ୍ୟ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରରେ ତାଲା : ମାଡ ମରାଯିବା ଭିଡ଼ିଓ ଭାଇରାଲ ହେବା ପରେ ସିଲ୍ କଲା ଇନଫୋ ଭ୍ୟାଲି ପୁଲିସ

66

କନକ ବ୍ୟୁରୋ : ନିଶା ନିବାରଣ କେନ୍ଦ୍ରରେ ମାଡ ମରାଯାଉଥିବା ଭିଡ଼ିଓ ଭାଇରାଲ ଘଟଣା । ଯାଆଁଳାରେ ଥିବା ଏହି ଲକ୍ଷ୍ୟ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରକୁ ସିଲ୍ କଲା ଇନଫୋ ଭ୍ୟାଲି ପୁଲିସ । ସେପଟେ ମାଡ ମାରିଥିବା ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ଏହା ସହିତ ଥାନାରେ ଅଟକ ଥବା ଦୁଇ ଜଣଙ୍କୁ ସବୁଦିନ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି ।

ନିଶା ଛଡାଇବାକୁ ଏହି ନିଶାନିବାରଣ କେନ୍ଦ୍ରକୁ ବିଭିନ୍ନ ସ୍ଥାନରୁ ଆସନ୍ତି ଲୋକେ । ଏଠାରେ ନିଶାଗ୍ରସ୍ତ ଥିବା ଲୋକଙ୍କର ସମସ୍ତ ପ୍ରକାର ଯତ୍ନ ନେବା ସହିତ ସେମାନେ କିଭଳି ନିଶାରୁ ବର୍ତ୍ତିବେ ସେନେଇ ସମସ୍ତ ପଦକ୍ଷେପ ନିଆଯାଇଥାଏ । ହେଲେ ନିଶାନିବାରଣ କେନ୍ଦ୍ରରେ ମାଡ ମରାଯାଉଥିବାର ଚିତ୍ର ଭାଇରାଲ ହୋଇଛି ।