ତୃତୀୟ ପର୍ଯ୍ୟାୟରେ ଶେଷହେଲା ମତଦାନ । ଇଭିଏମରେ ସିଲ ହେଲା ହେଭିୱେଟଙ୍କ ଭାଗ୍ୟ । ମୋଦୀ, ଶାହା ,ସିନ୍ଦେ, ଶିବରାଜ, ସିନ୍ଧିଆ ଦେଲେ ଭୋଟ

111

କନକ ବ୍ୟୁରୋ: ମେ ୭ରେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯାଇଛି । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନ ପାଇଁ ପଡ଼ିଛି ଭୋଟ । ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ଅମିତ ଶାହା, ଜ୍ୟୋତିରାଦିତ୍ୟ ସିନ୍ଧିଆ,ଶିବରାଜ ସିଂ ଚୌହାନ ଶରଦ ପାୱାରଙ୍କ ଝିଅ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେଇଛି ।

  • ତୃତୀୟ ପର୍ଯ୍ୟାୟ ପାଇଁ ପଡ଼ିଲା ଭୋଟ୍
  • ଇଭିଏମରେ କଏଦ ହେଭିୱେଟଙ୍କ ଭାଗ୍ୟ

ଇଭିଏରେ କଏଦ ହେଇଛି ହେଭିୱେଟଙ୍କ ଭାଗ୍ୟ । ଆଗାମୀ ୫ବର୍ଷ ପାଇଁ ଏମାନଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଦାରଣ କରିଛନ୍ତି ଭୋଟର । ଶାହା, ସିନ୍ଧିଆ, ଶିବରାଜ, ସୁଲେଙ୍କ ସହ ଅନେକ ହାଇପ୍ରୋଫାଇଲ ପ୍ରାର୍ଥୀଙ୍କ ପାଇଁ ପଡିଛି ଭୋଟ ।

ଚଳିତ ନିର୍ବାଚନର ଅନ୍ୟତମ ହାଇପ୍ରୋଫାଇଲ ଆସନ ହେଉଛି ଗାନ୍ଧୀନଗର । ୧୯୮୯ଠୁ ଏହା ବିଜେପିର ପାରମ୍ପରିକ ଗଡ଼ ଭାବେ ରହିଆସିଛି । ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀଙ୍କ ରାଜନୈତିକ ସନ୍ନ୍ୟାସ ପରେ ଏହି ଆସନରୁ ଲଢ଼ି ଆସୁଛନ୍ତି ଅମିତ ଶାହା । କଂଗ୍ରେସର ବରିଷ୍ଠ ନେତା ସୋନାଲ ପଟେଲଙ୍କୁ ଟକ୍କର ଦେଇଛନ୍ତି ଅମିତ ଶାହା । ସେହିପରି ମଧ୍ୟପ୍ରଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିସାରିଥିବା ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ନିଜ ପାରମ୍ପାରିକ ଆସନ ବିଦିସାରୁ ଏଥରକ ନିର୍ବାଚନ ଲଢ଼ୁଛନ୍ତି । କଂଗ୍ରେସର ପ୍ରତାପଭାନୁ ଶର୍ମା ଓ ଶିବରାଜଙ୍କ ମୁକାବିଲା ହୋଇଛି ।

ଅନ୍ୟପଟେ ମହାରାଷ୍ଟ୍ରର ଚର୍ଚ୍ଚିତ ଆସନ ବାରାମତିରେ ଏଥରକ ରୋଚକ ଲଢ଼େଇ ଦେଖିବାକୁ ମିଳିଛି । କାରଣ ଏହି ଆସନରେ ହୋଇଛି ପରିବାର ଲଢ଼େଇ । ଏନସିପି ଶରଦ ଗୋଷ୍ଠୀର ସୁପ୍ରିୟା ସୁଲେଙ୍କ ବନାମ ଅଜିତ ପାୱାର ଗୋଷ୍ଠୀର ସୁନେତ୍ରା ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି । ଦୀର୍ଘବର୍ଷ ଧରି ଶରଦ ପ।।ୱାରଙ୍କ ଏହା ପାରମ୍ପରିକ ଆସନ ଥିଲା କିନ୍ତୁ ଦଳ ଦୁଇଭାଗ ହେବା ପରେ ବାରାମତିରେ ଦେଖିବାକୁ ମିଳିଛି ନଣନ୍ଦ-ଭାଉଜ ଲଢ଼େଇ ।

ମଧ୍ୟପ୍ରଦେଶ ଗୁଣାରୁ ଲଢ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସର ବରିଷ୍ଠ ନେତା ୟାଦଭେନ୍ଦ୍ର ରାଓ ଦେଶରାଜଙ୍କ ସହ ମୁକାବିଲା ହୋଇଛି । ୨୦୧୯ରେ କଂଗ୍ରେସର ପ୍ରାର୍ଥୀ ହୋଇ ବିଜେପିର କୃଷ୍ଣଲାଲଙ୍କଠୁ ପରାଜିତ ହୋଇଥିଲେ ସିନ୍ଧିଆ । ଏଥରକ ଚିତ୍ର ବଦଳିବା ସହ ବିଜୟକୁ ନେଇ ସେ ଅଧିକ ଆଶାୟୀ ଅଛନ୍ତି । ସେପଟେ ଦକ୍ଷିଣଭାରତରେ ବିଜେପିର ବଡ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦଯୋଶୀ ନିଜ ପାରମ୍ପାରିକ ଆସନ ଧରୱାଡ ସଂସଦୀୟ ଆସନରୁ ପ୍ରାର୍ଥ ହୋଇଛନ୍ତି । ୨୦୦୪ରୁ ଏହି ଆସନରେ କ୍ରମାଗତ ବିଜୟ ହୋଇ ଯୋଶୀ ରେକର୍ଡ କରିଛନ୍ତି । ସେହିପରି ଉତ୍ତରପ୍ରଦେଶର ହାଇପ୍ରୋଫାଇଲ ଆସନ ମୈନପୁରୀରୁ ଏଥରକ ଲଢ଼ିଛନ୍ତି ଡିମ୍ପଲ ଯାଦବ । ମୁଲାୟମ ସିଂଙ୍କ ବୋହୁ ତଥା ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀଙ୍କୁ ମିଳିଛି ଟିକେଟ । ମୁଲାୟମଙ୍କ ହେହାନ୍ତ ପରେ ଉପନିର୍ବାଚନରେ ଡିମ୍ପଲ ଏହି ଆସନରୁ ନିର୍ବାଚନ ଜିତି ରାଜନୈତିକ ଡେବ୍ୟୁ କରିଥିଲ ।

ଅନ୍ୟ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ପୁଅ ରାଘବେନ୍ଦ୍ର, ଅଧୀର ରଂଜନ ଚୌଧୁରୀ ପରି ଆଜି ଭାଗ୍ୟ ପରୀକ୍ଷା ଦେଇଛନ୍ତି ।