ଖେଳାଳିଙ୍କ ପାଇଁ ଟଏଲେଟରେ ପ୍ରସ୍ତୁତ ହେଲା ଖାଦ୍ୟ । ପରଷାଗଲା ଦରକଂଚା ଚାଉଳ … ଅଧିକାରୀ ହେଲେ ସସପେଣ୍ଡ୍

353

ଉତ୍ତରପ୍ରଦେଶର ସହାରନପୁରର ଡ଼.ଭିମରାଓ ସ୍ପୋର୍ଟସ୍ ଷ୍ଟାଡିୟମ୍ ରେ ଆୟୋଜିତ କବାଡ଼ି ପ୍ରତିଯୋଗିତା ବେଳେ ଖେଳାଳିମାନଙ୍କୁ ଟଏଲେଟ୍ ଭିତରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପରଷା ଯାଇଥିଲା । ଯାହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଏହା ଉପରେ ଏକ ଯାଞ୍ଚ୍ କମିଟି ବସାଯାଇଛି । ଏହାସହ କ୍ରୀଡ଼ା ଅଧିକାରୀ ଅନିମେସ୍ ସକ୍ସେନାଙ୍କୁ ସସପେଣ୍ଡ୍ କରାଯାଇଛି ।

ଏହି ଷ୍ଟାଡ଼ିୟମରେ ଜୁନିୟର୍ ବାଳିକା କବାଡ଼ି ପାଇଁ ୩ ଦିବସୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ରାଜ୍ୟସ୍ତରର ଏହି କବାଡ଼ି ପ୍ରତିଯୋଗିତା ସେପ୍ଟେମ୍ବର ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଲା , ଯେଉଁଥିରେ ୧୭ ଜଣ ଟିମ୍ ସାମିଲ୍ ହୋଇଥିଲେ । ୨୦୦ ରୁ ଅଧିକ ଲୋକଙ୍କ ପାଇଁ ଟଏଲେଟରେ ଖାଇବା ପ୍ରସ୍ତୁତ ହେଉଥିଲା । ଖେଳାଳିଙ୍କ ପାଇଁ ଖାଲି ଟଏଲେଟରେ ଖାଇବା ପରଷା ଗଲାନି , ଦର କଂଚା ଭାତ ମଧ୍ୟ ଖାଇବାକୁ ଦିଆଗଲା ।

କ୍ରୀଡ଼ାଧିକାରୀ ଦଲିଲରେ ସଫେଇ ରଖିଲେ ଯେ , “ନିମ୍ନମାନର ଚାଉଳ ଥିବାରୁ ପ୍ରଥମେ ଭାତ ଭଲ ହୋଇନଥିଲା ତେଣୁ ଫୋପଡ଼ା ଗଲା ଏବଂ ପୁନଶ୍ଚ ଚାଉଳ ପ୍ରସ୍ତୁତ କରିବା ବେଳେ ବିଳମ୍ବ ହେବାରୁ ଦରକଂଚା ରହିଗଲା । ଅନ୍ୟପକ୍ଷରେ ଷ୍ଟାଡ଼ିୟମରେ କାମ ଚାଲିଥିବାରୁ ରୋଷେଇ ପ୍ରସ୍ତୁତ ପାଇଁ ପର୍ଯ୍ୟାପ୍ତ ଜାଗା ନଥିଲା ତେଣୁ ଚେଞ୍ଜିଙ୍ଗ୍ ରୁମକୁ ରୋଷେଇଶାଳା କରାଯାଇଥିଲା ।” କିନ୍ତୁ ଭାଇରାଲ୍ ଭିଡ଼ିଓ ସଫାସଫା ଦେଖାଯାଉଛି ଯେ କେମିତି ଟଏଲେଟରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା ।