ନିଲମ୍ବିତ ହେଲେ ମହିଳା ସବ୍ ଇନ୍ସପେକ୍ଟର । ଯୌତୁକ ନିର୍ଯ୍ୟାତନା ଘଟଣାରେ ତଦନ୍ତରେ ଅବହେଳା କରିଥିବା ଅଭିଯୋଗ ।

857

କନକ ବ୍ୟୁରୋ : ତଦନ୍ତରେ ଅବହେଳା କରିଥିବା ନେଇ ଅନୁଗୁଳ କୋଲିଆରି ଥାନାର ଜଣେ ମହିଳା ଏସ୍‌ଆଇଙ୍କୁ ସୋମବାର ନିଲମ୍ବିତ କରାଯାଇଛି । ସୁମିତ୍ରା ପାତ୍ର କୋଲିଆରି ଥାନାର ସବଇନ୍ସପେକ୍ଟର ଥିଲେ ।

ସୂଚନାଯୋଗ୍ୟ, ଜଣେ ମହିଳା କୋଲିଆରି ଥାନାର ସବଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କ ନିକଟରେ ଯୌତୁକ ନିର୍ଯାତନା ନେଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ତଦନ୍ତ ଦାୟିତ୍ୱ ସୁମିତ୍ରା ପାତ୍ର ନେଇଥିଲେ । ହେଲେ ଅନେକ ଦିନ ବିତି ଯାଇଥିଲେ ବି ମହିଳା ସବଇନ୍ସପେକ୍ଟର ଏହି ଯୌତୁକ ନିର୍ଯାତନା ଘଟଣାର ସଠିକ୍‌ ତଦନ୍ତ ନକରିବା ସହିତ ଅବହେଳା ବି କରିଥିଲେ ।

ଏହି ଘଟଣାକୁ ନେଇ ତଦନ୍ତ କରିବାକୁ ପୀଡିତା ବାରମ୍ବାର ସବଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କ ନିକଟରେ ଅନୁରୋଧ କହିଥିଲେ ହେଁ ସେ କୌଣସି ପଦକ୍ଷେପ ନେଇ ନଥିଲେ । ଶେଷରେ ପୀଡିତା ନିରାଶ ହୋଇ କିଛିଦିନ ତଳେ ଆତ୍ମହତ୍ୟା କରି ଦେଇଥିଲେ । ତେଣୁ ଏହି ଘଟଣାର ତଦନ୍ତରେ ଅବହେଳା କରିଥିବା ନେଇ କୋଲିଆରି ଥାନାର ସବଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କୁ ଆଜି ନିଲମ୍ବିତ କରାଯାଇଥିବା ନେଇ ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।