୫୦ ଫୁଟ କୂଅ ତଳେ ଚାପି ହୋଇ ରହିଛି ଶ୍ରମିକର ଜୀବନ । ୧୮ ଘଂଟା ଧରି ଜାରି ରହିଛି ଉଦ୍ଧାର କାର୍ଯ୍ୟ

217

କନକ ବ୍ୟୁରୋ : ରାଜସ୍ଥାନର ଏକ ୫୦ ଫୁଟ ଗଭୀର କୂଅ ଭିତରେ କାମ କରୁଥିବା ବେଳେ ମାଟି ଅତଡା ଖସିବାରୁ ଜଣେ ଶ୍ରମକ କୂଆ ଭିତରେ ଚାପି ହୋଇ ରହିଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ୧୮ ଘଣ୍ଟା ହେବ ଉଦ୍ଧାରକାରୀ ଦଳ ଅନବରତ ଚେଷ୍ଟା ଚଳାଇଛି ।

ସୂଚନା ମୁତାବକ କୂଅ ଖୋଳିବା ବେଳେ ହଠାତ ମାଟି ଅତଡା ଖସିଥିଲା, ଫଳରେ ଶ୍ରମିକ ଜଣଙ୍କ ମାଟି ଭିତରେ ଚାପି ହୋଇଯାଥିଲେ । ପୋଲିସର ସୂଚନା ମୁତାବକ ଶ୍ରମିକ ଜଣଙ୍କର ମୃତ୍ୟୁ ହୋଇସାରିଛି । କେବଳ ତାଙ୍କ ଶବ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ।

ଶନିବାର ଦିନ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ମାଡି ଖୋଳି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହ ପ୍ରଶାସନକୁ ଖବର ଦେଇଥିଲେ । ପ୍ରଶାସନ ଟିମ୍ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ବାଲି ଓ ମାଟି ଏତେ ପରିମାଣର ଧସିଥିଲା କି ଶ୍ରମିକ ଜଣଙ୍କୁ ଉଦ୍ଧାର କରିବା ସହଜ ହୋଇନଥିଲା । ଏହି ଘଟଣା ରାଜସ୍ଥାନର ବାଡମେର ଜିଲ୍ଲା ତଲା ଗାଁ ର ।

୪-୫ ଦିନ ଧରି କୁଅ ଖୋଳାଯାଉଥିଲା । କୂଅଟି ୫୦ ଫୁଟ ଗଭୀର ଖୋଳାହେବା ପରେ ଶ୍ରମିକ ଜଣଙ୍କ ଫ୍ରେମ ଲଗାଇ ତା ଭିତରେ ପ୍ଲାଷ୍ଟର କାମ କରୁଥିଲେ । ଏତିକି ବେଳେ ସିମେଣ୍ଟ ଫ୍ରେମ ଭାଙ୍ଗିଯିବାରୁ ମାଟି ଅତଡା ଖସିଥିଲା ଓ ଶ୍ରମିକ ଜଣଙ୍କ ମାଟିତଳେ ଚାପି ହୋଇଯାଇଥିଲେ ।