କୁନ୍ଦୁଲି ମାମଲାକୁ ନେଇ ତେଜୁଛି ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପାଲଟା ଜବାବ

17

କନକ ବ୍ୟୁରୋ : କୁନ୍ଦୁଲି ଘଟଣା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଘଟଣାର ୧୦୦ ଦିନ ବିତିଯାଇଥିଲେ ବି ରାଜ୍ୟ ସରକାର ସମୀକ୍ଷା କରୁଛନ୍ତି । ତଥ୍ୟକୁ ନଷ୍ଟ କରିବାକୁ ଉଦ୍ୟମ ହେଉଛି । ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର । ଏହା ସହ ଓଡିଶାର ଦଳିତ ଓ ଆଦିବାସୀ ଏହାର ସଠିକ ଜବାବ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସରକାର ନୈତିକତା ଓ ସମ୍ବେଦନହୀନତୀ ହରାଇଛନ୍ତି । ଏହି ଘଟଣାରେ ସଂପୃକ୍ତ ଅଫିସରଙ୍କ ସହ ଡିଜିଙ୍କ ନାଁ ରେ କେସ ହେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି ।

ସେପଟେ ବିଜେଡି ମଧ୍ୟ ପ୍ରେସମିଟ କରି ବିଜେପି ଉପରେ ବର୍ଷିଛି । କୁନ୍ଦୁଲି ଘଟଣାର ନ୍ୟାୟିକ ତଦନ୍ତ ଚାଲିଛି । ବିଜେପୁର ଉପନିର୍ବାଚନ ପାଇଁ ବିଜେପି କୁନ୍ଦୁଲି ପ୍ରସଙ୍ଗ ଉଠାଉଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ଅଂଜନା ମିଶ୍ର ଘଟଣା ସହ ଏହାର କୌଣସି ସମ୍ପର୍କ ନାହିଁ । ତେଣୁ କୁନ୍ଦୁଲି ସହିତ ଏହାକୁ ଯୋଡିବା ଉଚିତ ନୁହେଁ ବୋଲି ପ୍ରତାପ ଦେବ କହିଛନ୍ତି । ହରିୟାଣାରେ ଗତ ସାତଦିନରେ ୧୦ଟି ବଳାତ୍କାର ହୋଇଥିବା ହୋଇଥିବା ବେଳେ ବିଜେପି କାହିଁକି ଚୁପ ରହିଛି ବୋଲି ସେ କେହିଛନ୍ତି ।