ସହର ଭିତରେ ବୁଲୁଛି ହେଟାବାଘ । ଦାମନଯୋଡି ନାଲକୋ ଟାଉନସିପ ସେକ୍ଟର-୩ ଅଂଚଳରେ ଆତଙ୍କ ।

40

କନକ ବ୍ୟୁରୋ : ସହର ଭିତରେ ହେଟାବାଘ । ଦାମନଯୋଡି଼ର ନାଲକୋ ଟାଉନସିପ୍ ସେକ୍ଟର-୩ ଅଂଚଳରେ ଦେଖା ଦେଇଛି ହେଟାବାଘ । ଏହି ହେଟାବାଘଟି ବୁଲାବୁଲି କରୁଥିବାର ଲୋକେ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । କୋରାପୁଟର ବନବିଭାଗର ଏକ ଟିମ୍ ଯାଂଚ କରିବା ପରେ ପାଦ ଚିହ୍ନରୁ ଏହା ହେଟାବାଘର ବୋଲି ଜଣାପଡ଼ିଛି । ଦୁଇ ସପ୍ତାହ ହେବ ବାଘଟି ଏହି ଅଂଚଳରେ ଯିବା ଆସିବା କରୁଛି । ଜନବସତି ଅଂଚଳରେ ହେଟାବାଘଟି ବୁଲୁଥିବାର ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି ।