ଆନ୍ଧ୍ର ଅନୁପ୍ରବେଶକୁ ରୋକିବା ପାଇଁ କୋଟିଆରେ ଯଗି ରହିଛନ୍ତି ପଟ୍ଟାଙ୍ଗି ବିଧାୟକ । ଓଡ଼ିଶାର କଡ଼ା ଆଭିମୁଖ୍ୟ ଦେଖି ପଳାୟନ କଲେ ଆନ୍ଧ୍ରର ସାଲୁର ବିଧାୟକ ଓ ପ୍ରଶାସନିକ ଅଧିକାରୀ

165

କନକ ବ୍ୟୁରୋ : ଆନ୍ଧ୍ର ଅନୁପ୍ରବେଶକୁ ରୋକିବା ପାଇଁ କୋଟିଆରେ ଯଗି ରହିଛନ୍ତି ପଟ୍ଟାଙ୍ଗି ବିଧାୟକ । ସହଯୋଗ କରୁଛି ସ୍ଥାନୀୟ ପ୍ରଶାସନ ।କୋଟିଆରେ ଆନ୍ଧ୍ର ନେତା ଓ ଅଫିସରଙ୍କ ଅନଧିକାର ପ୍ରବେଶକୁ ବିରୋଧ କରାଯାଇଛି । ଶୁକ୍ରବାର ଆନ୍ଧ୍ର ପ୍ରଦେଶର ଲୋକସତା ପାର୍ଟିର ରାଜ୍ୟ ସଭାପତି ଭିସେଟ୍ଟୀ ବାବାଜୀ ଆସି ବିଭିନ୍ନ ଗାଁରେ ବୈଠକ କରିଥିଲେ । ଯାହାକୁ ବିରୋଧ କରିଛନ୍ତି ପଟାଙ୍ଗୀ ବିଧାୟକ । ଆନ୍ଧ୍ରର ନେତା ଓ ଅଫିସର ଏଭଳି କାମରୁ ନିବୃତ ନରହିଲେ ଆଗାମୀ ଦିନରେ ମାଡ଼ ହେବ ବୋଲି ଖୋଲାଖୋଲି ଚେତାବନୀ ଦେଇଥିଲେ ବିଧାୟକ ପ୍ରୀତମ ପାଢ଼ୀ । ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ଅଞ୍ଚଳ ବିକାଶମୂଳକ କାମ କରାଯାଉଥିବା ବେଳେ ଆନ୍ଧ୍ର ନେତା ଓ ଅଫିସର ବିଭ୍ରାନ୍ତିକର ସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ତେବେ ପଟ୍ଟାଙ୍ଗି ବିଧାୟକଙ୍କ ଚରମ ବାଣୀକୁ ସେତେଟା ଗୁରୁତ୍ୱ ଦେଇନଥିଲେ ଆନ୍ଧ୍ରର ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀ । ପୂର୍ବ ନିସ୍ପତି ଅନୁସାରେ ତଳ ଗଂଜେଇ ପଦର ଗାଁରେ ଜଙ୍ଗଲ ଜମି ପଟ୍ଟା ବାଂଟିବାକୁ ସରକାରୀ କାର୍ଯ୍ୟକ୍ରମ ସ୍ଥିର କରିଥିଲେ । ଏଥିରେ ସାରୁ ବିଧାୟକ ଓ କିଛି ସରକାରୀ କର୍ମଚାରୀ ଯୋଗଦେବାକୁ ବାହାରିଥିଲେ । କିନ୍ତୁ ସେମାନେ ଓଡ଼ିଶା ସୀମାରେ ପହଂଚିବା ପୂର୍ବରୁ ସେଠାରେ ପହଂଚିଯାଇଥିଲେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢି । ତାଙ୍କ ସହ କୋରାପୁଟ ଉପଜିଳ୍ଲାପାଳ ପଟ୍ଟାଙ୍ଗି ବିଡ଼ିଓ , ତହସିଲଦାର, ଆରଆଇ ଓ ଶୁଂକି ଫାଣ୍ଡି ଅଧିକାରୀ ପହଂଚି ଆନ୍ଧ୍ର ଜନପ୍ରତିନିଧି ଓ ଅଧିକାରୀଙ୍କ ବାଟ ଓଗାଳିଥିଲେ ।