ପ୍ଲାଷ୍ଟିକ୍ ବନାମ ବାଉଁଶ…ବୈପାରୀଗୁଡା ବନ ବିଭାଗର ଅଭିନବ ପ୍ରୟାସ…ବେରୋଜଗାରୀଙ୍କୁ ରୋଜଗାର ଯୋଗାଇବା ସହ ପ୍ଲାଷ୍ଟିକ ବ୍ୟବହାର କମ୍ କରିବାକୁ ବାଉଁଶରେ ପ୍ରସ୍ତୁତ ହେଉଛି ବିଭିନ୍ନ ସାମଗ୍ରୀ

440

କନକ ବ୍ୟୁରୋ: ପ୍ଳାଷ୍ଟିକକୁ ଟକ୍କର ଦେବ ବାଉଁଶ । ପ୍ଳାଷ୍ଟିକ  ନିର୍ମିତ ଉପକରଣର ବହୁଳ ବ୍ୟବହାର ଫଳରେ ବାଉଁଶରେ ନିର୍ମିତ ଉପକରଣ ଚାହିଦା କମିବା ସାଙ୍ଗକୁ କାରିଗର ମାନେ ନିଜର ଜୀବିକା ହରାଇ ବସିଥିଲେ। କିନ୍ତୁ ସରକାର ପ୍ଳାଷ୍ଟିକ ସାମଗ୍ରୀ ଉପରେ କଟକଣା ଲଗାଇବା ପରେ ପୁଣି ବାଉଁଶର ବଢୁଛି । ଆଉ ଏହି ଚାହିଦାକୁ ବଢାଇବା ପାଇଁ କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକର ଧଳପୁରଠାରେ  ଜୟପୁର ବନ ବିଭାଗ ଖୋଲିଛି ରାଜ୍ୟର ପ୍ରଥମ ବାଉଁଶ କାରିଗରି ଶାଳା । ଆଉ ବିଭାଗର ଏଭଳି ପ୍ରୟାସକୁ ପ୍ରଶଂସା କରୁଛନ୍ତି ସମସ୍ତେ ।

ସୋଫାସେଟ, ପଲଙ୍କ, ଚେୟାର ଟେବୁଲ ସାଙ୍ଗକୁ ସୁନ୍ଦର ସୁନ୍ଦର, ଘରୋଇ ଉପକରଣ, ସାଜ ସଜା ସାମଗ୍ରୀ , । ସବୁ କିଛି ଚିରସ୍ଥାୟୀ ମଜବୁତ ଓ କମ ଦାମରେ ଉପଲବ୍ଧ । ଶିକ୍ଷା ସାଙ୍ଗକୁ ବ୍ୟବସାୟରେ ସହଯୋଗ । ଆଉ ଏସବୁ ଗୋଟିଏ ସ୍ଥାନରେ । କିଏ ବାଉଁଶକୁ ସୁନ୍ଦର ରୁପ ଦେଉଛି ତ କିଏ ଡ଼େକୋରୋଟ କରୁଛି । ମହିଳା ମାନେ ଜଙ୍ଗଲରୁ ସଂଗ୍ରହ କରି ଆଣିଥିବା ବାଉଁଶକୁ ନେଇ ଧୂପକାଠି ତିଆରି କରୁଛନ୍ତି । ଘର ଭିତରେ ସଜା ହୋଇଛି ରହିଛି ଭଳିକି ଭଳି ଘରୋଇ ଉପକରଣ । ବାଉଁଶ କାରିଗର ନିଜର ବେଉସା ପାଇବା ସହ ଘରେ ବସି ଅଧିକା ଅର୍ଥ ଉପାର୍ଜନ କରିପାରୁଛନ୍ତି । ଆଉ ଏସବୁ ସମ୍ଭବ ହୋଇପାରିଛି ବୈପାରିଗୁଡ଼ା ବନ ବିଭାଗର ଗୋଟିଏ ପ୍ରୟାସ ଫଳରେ । ବନ ସୁରକ୍ଷା ସମିିିତି ଦ୍ୱାରା ପରିଚାଳନା ହେଉଥିବା ଏହି କର୍ମଶାଳାରେ ବିଭିନ୍ନ ଅଚଂଳର ଆଦିବାସୀ ଯୁବକ ଓ ମହିଳାମାନେ ଉନ୍ନତ ମାନର ବାଉଁଶ କାରିଗରି ଶିକ୍ଷା ନେବା ସହ ଅଧୁନିକ ପ୍ରଣାଳୀରେ କମ ଖର୍ଚ୍ଚ ଓ ପରିଶ୍ରମରେ  ବିଭିନ୍ନ ପ୍ରକାର ଉପକରଣ ତିଆରି କରି ପାରୁଛନ୍ତି ଆଉ ଏହାକୁ ବିକ୍ରୀ କରି ଅଧିକା ପଇସା ରୋଜଗାର କରିପାରୁଛନ୍ତି ।

ଅବୈଧ ଭାବେ କଟାଯାଉଥିବା ଜଙ୍ଗଲର ସୁରକ୍ଷା ସାଙ୍ଗକୁ  ଗାଁ ଗାଁରେ ଦାଦନ ଖଟିବା ପାଇଁ ଯାଉଥିବା  ଶ୍ରମିକ ମାନେ ରୋଜଗାରର ବାଟ ପାଇପାରିବେ ।  ଗାଁ ଗାଁରେ ରହିଥିବା ଜଙ୍ଗଲର ସୁରକ୍ଷା ହୋଇପାରିବ । ତେବେ ରାଜ୍ୟ ତଥା ରାଜ୍ୟ ବାହାରେ ଜଙ୍ଗଲ ଜାତ ଦ୍ରବ୍ୟର ଚାହିଦା ଅଧିକ ରହିଥିବା କହିଛନ୍ତି ବାଉଁଶ କାରିଗରି ଶାଳାର ଦାୟୀତ୍ୱରେ ଥିବା ବନ ସୁରକ୍ଷା ସମିତିର ଅଧ୍ୟକ୍ଷ  ।  ଆଧୂନିକ ଯନ୍ତ୍ରପାତି ସାହାଯ୍ୟରେ  କାମ ହେଉଥିବା ବେଳେ  ଅଧିକ ବର୍ଷ ପର୍ଯ୍ୟନ୍ତ ବାଉଁଶ ନିର୍ମିତ ସାମଗ୍ରୀ ରହିବା ପାଇଁ ତାକୁ ଟ୍ରିଟମେଟଂ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି । ତେବେ ଏହି କର୍ମଶାଳା ଖୋଲିବାର ୩ ମାସ ଭିତରେ ୩୦ରୁ ଅଧିକ ଆଦିବାସୀ ଯୁବକ ଏହି କୌଶଳ ଶିଖି କାମ କରୁଥିବା ବେଳେ  ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଉପକରଣକୁ ନେଇ ବାହାରେ ବିକ୍ରୀ କରି ଲାଭବାନ ହୋଇପାରିଛନ୍ତି ।  ଆଗକୁ ପ୍ରତ୍ୟେକ ଗାଁରେ ଏହି ଅଭିଯାନ ପହଞ୍ଚାଇବା ସହ ବେକାରୀ ସମସ୍ୟା ଦୂର କରିବା ପାଇଁ ବନ ବିଭାଗର ଏହା ଏକ ଅଭିନବ ପ୍ରୟାସ ବୋଲି ଅଧିକାରୀ କହିଛନ୍ତି ।