ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ କିଡନୀ ରୋଗୀଙ୍କ ଧାରଣା : ବଞ୍ଚିବା ପାଇଁ ମାଗୁଛନ୍ତି ଭଲ ଔଷଧ; ୨୦୧୮ରୁ ନିଷିଦ୍ଧ କମ୍ପାନୀର ମେଡ଼ିସିନ୍ ଦିଆଯାଉଥିବା ଅଭିଯୋଗ

97

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଭବନ ଆଗରେ ଧାରଣା ଦେଲେ କିଡନୀ ରୋଗୀ । ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମୁହଁରେ କଳା କପଡ଼ା ଓ ବେକରେ ଦୌଡ଼ି ଲଗାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ବଞ୍ଚିବା ପାଇଁ କିଡନୀ ରୋଗୀ ଭଲ ଔଷଧ ମାଗୁଛନ୍ତି । ଏସସିବି ମେଡିକାଲରେ କିଡନୀ ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ ଖେଳାଯାଉଛି ।

୨୦୧୮ରୁ ନିଷିଦ୍ଧ କମ୍ପାନୀର ଔଷଧ ରୋଗୀଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହି ନିଷିଦ୍ଧ ଔଷଧକୁ ରାଜ୍ୟ ସରକାର କିଡନୀ ରୋଗୀଙ୍କୁ ମାଗଣାରେ ଦେଉଥିବା ଅଭିଯୋଗ ହେଉଛି । ଯାହା ଫଳରେ କିଡନୀ ରୋଗୀଙ୍କ ମୃତ୍ୟୁ ହେଉଥିବା ଅନ୍ୟ କିଡନୀ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି  । ଏନେଇ ଗତକାଲି ମଧ୍ୟ ଏମାନେ ରାଜରାସ୍ତାରେ ପ୍ରତିବାଦ କରିଥିଲେ । ପୂର୍ବରୁ ମଧ୍ୟ କିଡନୀ ରୋଗୀମାନେ ଲୋୟର ପିଏମଜିରେ ହାତରେ ଦୀପ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁରୀରେ ମହାପ୍ରଭୁଙ୍କ ପାଖରେ ଦୀପ ଦାନ କରିଥିଲେ ।