ଅର୍ଚ୍ଚନା ନାଗ ମାମଲାରେ ଖୋଲୁଛି ଖଗେଶ୍ୱରର ପେଡି । ଅର୍ଚ୍ଚନାଙ୍କ ସହ ତାଙ୍କର କି ସମ୍ପର୍କ ଥିଲା ସେ ନେଇ ଗୁଡେଇତୁଡେଇ ପ୍ରଶ୍ନ କରୁଛନ୍ତି ଇଡି ଅଧିକାରୀ

295

କନକ ବ୍ୟୁରୋ : ଖୋଲୁଛି ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରର କଳା କାରବାରର ପେଡି । ରିମାଣ୍ଡର ଦ୍ୱିତୀୟ ଦିନରେ ଖଗେଶ୍ୱରଙ୍କୁ ଇଡି ଅଧିକାରୀ ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି ଇଡି ଅଧିକାରୀ । କେବେ ଠାରୁ ତାଙ୍କର ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହ ତାଙ୍କର ସମ୍ପର୍କ ଥିଲା? ଅର୍ଚ୍ଚନାଙ୍କ କାରବାର ସହ ତାଙ୍କର ସମ୍ପର୍କ କଣ? ତାଙ୍କ ସହ କେତେ ଅର୍ଥ କାରବାର କାହିିଁକି କରିଥିଲେ ସେନେଇ ପ୍ରଶ୍ନ ପଚାରା ଯାଇଛି ।
ଅନ୍ୟପଟେ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡବେଳେ ଇଡି ଜାଣିବାକୁ ପାଇଛି ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ମୋଟ ୨କୋଟି ନଗଦ ଟଙ୍କା ଜମା କରାଯାଇଛି । ମୋଟ ୫ଟି ଆକାଉଣ୍ଟରେ ବିଭିନ୍ନ ସମୟରେ ଏହି ନଗଦ ଟଙ୍କା ଜମା କରାଯାଇଛି । ଓଡିଶା ଭିତରୁ ଟଙ୍କା କାରବାର ହୋଇଛି ।