ମୁମ୍ବାଇ ବିମାନବନ୍ଦରରେ ହଟହଟା ହେଲେ ଶାହାରୁଖ ଖାନ । ହାତଘଣ୍ଟା ପାଇଁ କଷ୍ଟମ ବିଭାଗ ଲଗାଇଲା ୭ ଲକ୍ଷ ଟଙ୍କାର ଜରିମାନା

388

କନକ ବ୍ୟୁରୋ : ବଲିଉଡ ଅଭିନେତା ଶାହାରୁଖ ଖାନକୁ ଗତକାଲି ରାତିରେ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିିଭାଗ ଅଟକ ରଖିଥିଲା । ସେ ଏକ ଦାମୀ ଘଣ୍ଟାର କଭରକୁ ବ୍ୟାଗ ଭିତରେ ରଖିଥିଲେ ବି ଏହାର ଘୋଷଣା କରି ନଥିବାରୁ କଷ୍ଟମ ବିଭାଗ ଏଭଳି କରିଥିଲା । ହେଲେ ଏହାପରେ ଶାହାରୁଖ ଖାନ ଦେୟ ଡିପୋଜିଟ୍ କରିବା ପରେ ତାଙ୍କୁ ଛାଡିଦିଆଯାଇଥିଲା । ସୂଚନା ମୁତାବକ ଶାହାରୁଖ ତାଙ୍କ ଟିମସହ ଏକ ପ୍ରାଇଭେଟ ବିମାନରେ ଆସି ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇଥିଲେ । ଏହାପରେ କଷ୍ଟମ ବିଭାଗର ଅଧିକାରୀମାନେ ତାଙ୍କୁ ଯାଂଚ କରିଥିଲେ ।

ଏହି ଯାଂଚ ବେଳେ ୧୮ ଲକ୍ଷ ଟଙ୍କାର ଏକ ହାତଘଣ୍ଟା ଓ କିଛି କଭର ମିଳିଥିଲା । ହେଲେ କଷ୍ଟମ ବିଭାଗ ଜାଣିବାକୁ ପାଇଥିଲା କି ଏହି ଘଣ୍ଟାର କଷ୍ଟମ ଡ୍ୟୁଟି ଡିପୋଜିଟ୍ ହୋଇନାହିଁ । ଏହାପରେ କଷ୍ଟମ ବିଭାଗ ପକ୍ଷରୁ ଶାହାରୁଖ ଖାନ ଓ ତାଙ୍କ ଟିମକୁ ପଚରା ଉଚରା ପାଇଁ ନିଆଯାଇଥିଲା । ସେଠାରେ ସମସ୍ତ ପ୍ରକ୍ରିୟା ସରିବା ପରେ ଶାହାରୁଖଙ୍କ ଉପରେ ୬.୮୩ ଲକ୍ଷ ଟଙ୍କାର ଜରିମାନା ରାଶି ଲଗାଇଥିଲା କଷ୍ଟମ ବିଭାଗ । ଏହି ଜରିମାନା ଡିପୋଜିଟ କରିବା ପରେ ଶାହାରୁଖ ଓ ତାଙ୍କ ଟିମକୁ କଷ୍ଟମ ବିଭାଗ ଛାଡି ଦେଇଥିଲା । ଏଥିପାଇଁ ଶାହାରୁଖଙ୍କୁ ପ୍ରାୟ ୧ ଘଣ୍ଟା ଧରି ବିମାନବନ୍ଦରରେ ଅଟକ ରହିବାକୁ ପଡିଥିଲା ।