ଟନେଲରେ ଫସିଥିବା ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର ଆଶା । ଅଗର ମେସିନ ବିଫଳ ହେବା ପରେ ପାହାଡ ଉପରପଟୁ ଉଦ୍ଧାର କାର୍ଯ୍ୟ, ଶ୍ରମିକ ସୁସ୍ଥ ଥିବା ସୂଚନା ।

236

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫଶିଥିବା ଶ୍ରମିକଙ୍କ ଉଦ୍ଧାର ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଶନିବାର ଖନନ ସମୟରେ ଆମେରିକାରୁ ଆସିଥିବା ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ସୁଡଙ୍ଗରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି । ଅଗର ମେସିନ ଫେଲ ମାରିବା ପରେ ଏବେ ପାହାଡର ଉପର ପଟୁ ସୁଡଙ୍ଗ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ଆପଣାଇଛନ୍ତି ଉଦ୍ଧାରକାରୀ ଦଳ । ଭର୍ଟିକାଲ ଡ୍ରିଲିଂ ପାଇଁ ମଧ୍ୟ ଯୋଜନା କରାଯାଇଛି । ଟନେଲ ନିକଟରେ ପହଁଚିସାରିଛି ଭର୍ଟିକାଲ ଡ୍ରିଲିଂ ମେସିନ ।

ଆଜି ସକାଳୁ ମେସିନ ଡ୍ରିଲିଂ ବଦଳରେ ସୁଡଙ୍ଗ ଉପରୁ ମାନୁଆଲ ଡ୍ରିଲିଂ କରାଯିବ । ସେପଟେ ଉଦ୍ଧାର କାମରେ ଲାଗିଥିବା ଅଷ୍ଟ୍ରେଲିଆର ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିସ୍କ କହିଛନ୍ତି, ବଡ ଦିନ ସମସ୍ତ ଶ୍ରମିକ ଘରେ ପାଳନ କରିବେ । ତେଣୁ ଉଦ୍ଧାର କାମ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି । ଶନିବାର ଅଗର ମେସିନ ୪୮ ମିଟଟ ଡ୍ରିଲିଂ କରିବା ପରେ ଶୀଘ୍ର ଉଦ୍ଧାର ଆଶା ଦେଖା ଦେଇଥିଲା । ଆହୁରି ୧୨ ମିଟିର ଡ୍ରିଲିଂ କରିବା ପରେ ଶ୍ରମିକଙ୍କୁ ସୁର କ୍ଷିତ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଥିଲା । ହେଲେ ଭୁଶୁଡି ପଡିଥିବା ଲୁହାଛଡ ଓ କଂକ୍ରିଟରେ ଫସି ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।