କେନ୍ଦ୍ରାପଡା ବାରିମୂଳ ସ୍କୁଲ ପାଚିକାଙ୍କୁ ଦୁର୍ବ୍ୟବହାର କରି ସ୍କୁଲରୁ ତଡିଦେଇଥିବା ଅଭିଯୋଗ। ଉଦ୍ଦେଶ୍ୟମୂଳକ ଭାବେ ପାଚିକାଙ୍କ ପୁଅକୁ ନିର୍ଧୁମ ମାଡ!

199

କନକ ବ୍ୟୁରୋ: ମାଆ ଉପରେ ଥିବା ରାଗ ପିଲା ଉପରେ ସୁଝାଇଲେ । ଅଲଗା ଉଦ୍ଦେଶ୍ୟ ରଖି ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ଏହିଭଳି କିଛି ଘୃଣ୍ୟ ଅଭିଯୋଗ ଆସିଛି କେନ୍ଦ୍ରାପଡା ବାରିମୂଳ ଗାଁରେ  ଥିବା ବିଦ୍ୟାଳୟରେ । ବିଦ୍ୟାଳୟରେ ପାଠ ପଢୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ମାଡ ମାରିଛନ୍ତି ଶିକ୍ଷକ । ବିଦ୍ୟାଳୟରେ ଛାତ୍ରଙ୍କ ମାଆ ପାଚିକା ଭାବ କାମ କରୁଛନ୍ତି । ହେଲେ ସେଠାରେ ତାଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିଲା । ତା ସହ ତାଙ୍କୁ ଅଶ୍ଳୀଳ ବ୍ୟବହାର ବି କରାଯାଉଥିଲା । ମହିଳା ଜଣକ ଏହାର ବିରୋଧ କରିଆସିଥିଲେ । ଶେଷରେ ତାଙ୍କ ସହ ଏକମତ ନହେବାରୁ ଉଦ୍ଦେଶମୂଳକ ଭାବେ ତାଙ୍କୁ ସେଠାରୁ ଚାକିରୀରୁ ବାହାର କରିଦିଆଯାଇଛି ।

ତେବେ ବର୍ତ୍ତମାନ ପିଲାକୁ ମଧ୍ୟ ନିସ୍ତୁକ ମାଡ ମାରିଥିବା ଥାନାରେ ଅଭିଯୋଗ କରିଛନ୍ତି ମହିଳା । ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ଦୁହେଁ ତାଙ୍କୁ ନିର୍ଯାତନା ଦେବା ସହ ବିଦ୍ୟାଳୟରୁ ବାହାର କରିଦେଇଥିବା ଅଭିଯୋଗ  ଆଣିଛନ୍ତି ମହିଳା ଓ ତାଙ୍କ ପୁଅ । ଏନେଇ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ନ୍ୟାୟ ଦାବି କରିଛନ୍ତି  ।