ଖଣ୍ଡା ଚୋଟରେ ଆହତ ହେଲେ କଙ୍ଗନା ! ମୁଣ୍ଡରେ ଲାଗିଛି ୧୫ଟି ଷ୍ଟିଚ୍

64

ସିନେମା ‘ମଣିକର୍ଣ୍ଣିକା – ଦ କୁଇନ୍ ଅଫ୍ ଝାନସୀ’ର ସୁଟିଂ ସେଟରେ ଘଟିଛି ଅଘଟଣ । ଏଥିରେ ନାୟିକା କଙ୍ଗନା ରଣାୱତ୍ ଗୁରୁତର ଆହତ ହୋଇ ଆଇସିୟୁ ଭର୍ତ୍ତି ହୋଇଛନ୍ତି । ଖଣ୍ଡା ଚୋଟ ଯୋଗୁଁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ୧୫ଟି ଷ୍ଟିଚ୍ ପଡିଛି । ଏହା ସହ ୭ଦିନ ଯାଏଁ ହସ୍ପିଟାଲରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁସାରେ, ହାଇଦ୍ରାବାଦରେ ସୁଟିଂ ଚାଲୁଥିବା ଏହି ସିନେମାରେ ଏକ ଆକ୍ସନ୍ ଦୃଶ୍ୟ ଥିଲା । ଯେଉଁଥିରେ କଙ୍ଗନାଙ୍କୁ ଅଭିନେତା ନିହାର ପାଣ୍ଡ୍ୟାଙ୍କ ସହ ଖଣ୍ଡା ଲଢେଇ କରିବାର ଥିଲା । ତେବେ ଏହି ସିନ୍ ବେଳେ କଙ୍ଗନା ଠିକ୍ ଭାବରେ ଆତ୍ମରକ୍ଷା କରି ନପାରିବାରୁ ଖଣ୍ଡାଚୋଟ ତାଙ୍କ ମୁଣ୍ଡରେ ବାଜିଥିଲା । ଘଟଣା ପରେ ତାଙ୍କୁ ତୁରନ୍ତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ଏହି ଦୁର୍ଘଟଣା ପରେ ଟିକିଏ ବି ଦୁଃଖିତ କି ଚିନ୍ତିତ ନଥିଲେ କଙ୍ଗନା । ବରଂ ଏହାକୁ ଏକ ଆର୍ଶୀବାଦ ବୋଲି କହିଛନ୍ତି । କଙ୍ଗନା କହିଛନ୍ତି ଏହା ମୋ ପାଇଁ ପେଶୱାଙ୍କ ଟିକା ପରି ଯାହା ମତେ ପ୍ରକୃତ ରାଣୀ ହେବାର ଅନୁଭବ କରାଉଛି । ସିନେମାକୁ ନେଇ ଆଗ ଠାରୁ ଅଧିକ ଉତ୍ସୁକ ବୋଲି କହିଛନ୍ତି କଙ୍ଗନା ।