ଦେହ ଖରାପ ନା ବାହାନା ! ପୁଣି ଥରେ ସୁଟିଂ ସେଟରେ ବେହୋସ୍ ହେଲେ କପିଲ୍

43

ଯେବେଠାରୁ କପିଲ୍ ଶର୍ମାଙ୍କ ଜୀବନରୁ ସୁନୀଲ୍ ଗ୍ରୋଭର୍ ଚାଲି ଗଲେଣି ସେବେଠାରୁ ତାଙ୍କ ସହ କିଛି ନା କିଛି ଅଘଟଣ ହେଉଛି । ପ୍ରଥମେ ଖବର ଥିଲା ସୁନୀଲ୍ ଯିବା ପରେ କପିଲଙ୍କ ସୋ’ର ଟିଆରପି କମିଯାଇଥିଲା । ଆଉ ସୋ’ ବନ୍ଦ ହୋଇଯିବା ଭୟରେ କପିଲ୍ ନିଜ ଫି’ କମାଇ ଦେଇଥିଲେ । ଆଉ ଏବେ ଗତ କିଛି ଦିନ ହେବ କପିଲଙ୍କ ଦେହ ଖରାପ ରହୁଥିବାରୁ ସେ ସୁଟିଂ ସେଟରେ ବେହୋସ୍ ହୋଇଯାଉଛନ୍ତି । ଯେଉଁଥି ପାଇଁ ସୁଟିଂ ରୋକିବାକୁ ପଡୁଛି । ଗତ ଦୁଇ ମାସ ଭିତରେ ଏଭଳି ଘଟଣା ପ୍ରାୟ ବାରମ୍ବାର ଘଟୁଛି ।

ମିଳିଥିବା ସୂଚନା ଅନୁସାରେ, ପୁଣି ଥରେ ସେଟରେ କପିଲ୍ ବେହୋସ୍ ହେବାରୁ ସିନେମା ‘ମୁବାରକା’ର କାଷ୍ଟ୍ ମାନଙ୍କ ସହ ହେବାକୁ ଥିବା ସୁଟିଂ ବନ୍ଦ କରିବାକୁ ପଡିଲା । ଆଉ କପିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସିନେମାର ପ୍ରମୋସନ୍ ପାଇଁ ଅନୀଲ୍ କପୁର୍ ଏବଂ ଅର୍ଜୁନ୍ କପୁର୍ ୬.୩୦ ରେ ପହଂଚିଯାଇଥିଲେ । ୮ଟାରେ ସୁଟିଂ ହେବାର ଥିଲା । କିନ୍ତୁ ହଠାତ୍ କପିଲ୍ ବେହୋସ୍ ହୋଇଗଲେ । ଏହା ପୂର୍ବରୁ ପରେଶ୍ ରାୱଲ୍, ଶାହାରୁଖ୍ ଖାନ୍ ଏବଂ ଇମତିୟାଜ୍ ଅଲ୍ଲୀଙ୍କ ସହ ସମାନ କାରଣରୁ ସୁଟିଂ କ୍ୟାନ୍ସଲ୍ କରିବାକୁ ପଡିଥିଲା ।

କିନ୍ତୁ ଏହା ଭିତରେ ଆସିଛି ଚାଂଚଲ୍ୟକର ଖବର । ଶୁଣିବାକୁ ମିଳିଛି କପିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇ ନାହାଁନ୍ତି । ଏପରିକି ହସ୍ପିଟାଲରେ କପିଲ୍ କେବେ ବି ଭର୍ତ୍ତି ହେବାର କୌଣସି ରେକର୍ଡ ମଧ୍ୟ ନାହିଁ । ଏହା ସହ ଏକଥା ମଧ୍ୟ ଶୁଣିବାକୁ ମିଳିଛି ଯେ କପିଲ୍ ଅନ୍ୟ ଏକ ଷ୍ଟୁଡିଓରୁ ବାହାରିବାର ଅନେକ ଦେଖିଛନ୍ତି । ଯାହା ଏବେ ଏହି ଘଟଣାକୁ ରହସ୍ୟମୟ କରିଦେଇଛି । କପିଲ୍ ବାରମ୍ବାର ସେଟରେ ବେହୋସ୍ ହୋଇ ସୁଟିଂ କ୍ୟାନ୍ସଲ୍ କରିବା ଅନେକ ପ୍ରଶ୍ନକୁ ଜନ୍ମ ଦେଉଛି ।