ମୂଲ୍ୟ ପାଇବ ମାଲକାନଗିରି ଆମ୍ବ ! କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଭାବ

61

କନକ ବ୍ୟୁରୋ : ଆମ୍ବ ବିକ୍ରି ନେଇ ଦେଖା ଦେଇଥିବା ସମସ୍ୟାର ବାହାରିଛି ସମାଧାନର ବାଟ । କନକ ନ୍ୟୁଜରେ ଆମ୍ବର ଅଭାବୀ ବିକ୍ରି ନେଇ ଖବର ପ୍ରସାରଣ ପରେ ଏବେ ଚେତିଛି ପ୍ରଶାସନ । ପ୍ରଚୁର ଉତ୍ପାଦନ ହେଉଥିବା ବେଳେ ମାଲକାନଗିରିରେ ରାଜ୍ୟ ବାହାରକୁ ବିକ୍ରି ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି । ଫଳରେ ଆଶ୍ୱସ୍ତ ହୋଇଛନ୍ତି ଚାଷୀ ।

ଆମ୍ବ ଅଭାବୀ ବିକ୍ରି ଖବର ଜଣାପଡିବା ପରେ ପଦକ୍ଷେପ ନିଆଯାଇଛି ଏବଂ ଏହି ସମସ୍ୟାର ଆଗକୁ ରହିବ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ।

ମାଲକାନଗିରିରେ ଆମ୍ବ ମାତ୍ର ୫ ଟଙ୍କା କିଲୋରେ ବିକ୍ରି ହେଉଥିବା ବେଳେ କୋରାପୁଟରେ ଏହା ପ୍ରାୟ ୫୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଆମ୍ବ ସଂଗ୍ରହ ଓ ଗଚ୍ଛିତ କରିବା ନେଇ ସରକାର ପଦକ୍ଷେପ ନେବା ପରେ ଚାଷୀଙ୍କ ଚିନ୍ତା ଦୂରହେବ ସମ୍ଭାବନା ସୃଷ୍ଟି ହୋଇଛି ।