ଶୁଣ ସରକାର ! ଧାନ ଓ ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

31

କନକ ବ୍ୟୁରୋ : ଖାଇବାକୁ ଚାଉଳ ପିଇବାକୁ ପାଣି । ମଣିଷର ଦୁଇଟି ମୌଳିକ ଆବଶ୍ୟକତା । ଯାହାକୁ ନପାଇ ରାସ୍ତାକୁ ଓହ୍ଲାଇଛନ୍ତି ଲୋକ । ଧାନର ଉଚିତ ମୂଲ୍ୟ ଦାବି କରି କଳାହାଣ୍ଡିରେ ରାସ୍ତା ଉପରେ ଧାନ ରଖି ପ୍ରତିବାଦ କରିଛି ଚାଷୀ । ସରକାରଙ୍କ ପ୍ୟାକ୍ସ ଏବଂ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ତାର ଫସଲର ଉଚିତ ମୂଲ୍ୟ ପାଉନଥିବା ଅଭିଯୋଗ ହୋଇଛି । ସେପଟେ ପିଇବା ପାଣି ପାଇଁ ଗରା, ମାଠିଆ ଧରି ରାସ୍ତାରେ ଚାଲିଛି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଂଜାମ ଜିଲ୍ଲା ପାତ୍ରପୁରର ଶହ ଶହ ମହିଳା ।