ଖାଇରେ ଖସି ପଡିଲା ପିକଅପ ଭ୍ୟାନ : ଦୁର୍ଘଟଣାରେ ୨ ମୃତ, ୧୧ ଆହତ ଡାକ୍ତରଖାନାରେ ଭର୍ତ୍ତି

430

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଢୁଲୁ ଘାଟିରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିର ଖାଇରେ ଖସି ପଡିଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ଡ୍ରାଇଭର ସମେତ ଅନ୍ୟ ଜଣଙ୍କ ମୃତ୍ୟୁ ସୂଚନା । ୧୧ଜଣ ଆହତଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା । ଗୁରୁତରଙ୍କ ମଧ୍ୟରେ ଅନେକ ମହିଳା ରହିଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲାରୁ ଧନସୁଲିସାପ୍ତାହିକ ବଜାରକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲା ।