ଆସନ୍ତାକାଲି ଆସିବ ଝାରସୁଗୁଡା ଉପନିର୍ବାଚନ ଫଳାଫଳ : ଜନାଦେଶକୁ ନେଇ ଚାଲିଛି ଅଙ୍କକଷା; ବିଜୟ ନେଇ ତିନି ପ୍ରମୁଖ ଦଳ ଦୃଢୋକ୍ତି ପ୍ରକାଶ

243

ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ । ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ କାହାକୁ ମିଳିଛି ଜନାଦେଶ । ଆସନ୍ତାକାଲି ଭୋଟ ଗଣତି ହେବ ସକାଳ ୮ ଟାରୁ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ହେବ । ୮ ଟା ୩୦ ମିନିଟରେ ଇଭିଏମ ଗଣତି ଆରମ୍ଭ ହେବ ।

ଏଥିପାଇଁ ଷ୍ଟଙ୍ଗରୁମ ଚାରିପଟେ ନେତା ଓ କର୍ମୀଙ୍କୁ ଭିଡ ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଉଛି ତିନି ପ୍ରମୁଖ ରାଜନୈତିକ ଦଳ, ନିଜ ନିଜ ଦଳର ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ସପକ୍ଷରେ ଜନମତ ରହିଛି । ଦୀପାଳି ଦାସଙ୍କୁ ଲୋକେ ଆଶୀର୍ବାଦ ଦେଇଛନ୍ତି, ସେ ହିଁ ବିଜୟୀ ହେବେ ।

ବିଜେପିର ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ବିଜେପିକୁ ମିଳିଛି ଅକୁଣ୍ଠ ସମର୍ଥନ ଏଥର ଭୋଟ ପ୍ରତିଶତ ଅଧିକ ହୋଇଥିବାରୁ ସରକାରଙ୍କ ବିରୋଧରେ ଯାଇଛି ଜନମତ । ଏପଟେ କଂଗ୍ରେସ ପ୍ରାର୍ଥୀ ଜିତିବ ବୋଲି ଆଶା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ, ସେ କହିଛନ୍ତି ଝାରସୁଗୁଡା ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହୋଇଛି ।