ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ସରଗରମ ରାଜନୀତି : ପ୍ରଚାର ବେଳେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା

180

କନକ ବ୍ୟୁରୋ : ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜୋରଦାର ହେବାରେ ଲାଗିଛି । ଏହାରି ଭିତରେ ଏକ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ଆଜି ପ୍ରଚାର ବେଳେ ବିଜେପି – ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ଠେଲାପେଲା ଭଳି ସ୍ଥିତି ଦେଖିବାକୁ ମିଳିଥିଲା ।

ମଙ୍ଗଳ ବଜାର ୨୨ ନମ୍ବର ୱାର୍ଡ ଭିତରକୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପଶିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉଭୟ ବିଜେପି – ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ସେପଟେ ବିଜେଡି କର୍ମୀଙ୍କୁ ବିରୋଧ କରି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଝାରସୁଗୁଡା ଟାଉନ ଥାନା ଜିଲ୍ଲା ବିଜେପି ଘେରାଉ କରିଛି ।