ଭୁବନେଶ୍ୱରରେ ନିଆରା ବାହାଘର : ପାଲିଙ୍କିରେ ଯିବ ବର, ସାଧୁସନ୍ଥ ବରଯାତ୍ରୀ

2,631

କନକ ବ୍ୟୁରୋ : ପାଲିଙ୍କିରେ ଯିବ ବର । ସାଧୁସନ୍ଥ ବରଯାତ୍ରୀ । ରାଜଧାନୀ ଭୁବନେଶ୍ୱରରେ ହେଉଛି ଏପରି ନିଆରା ବାହାଘର । ବର୍ତ୍ତମାନ ଲୋକେ ଚାକଚକ୍ୟରେ ବାହା ହେବା ପାଇଁ ଚାହୁଁଥିବା ବେଳେ ଖୋର୍ଦ୍ଧା ଅଂଚଳର ଶଙ୍କର ମିଶ୍ରଙ୍କ ପୁଅ ପ୍ରୀତମ ଏପରି ନିଆରା ଭାବେ ବାହା ହେଉଛନ୍ତି । ଢେଙ୍କାନାଳର ଅଜୟ କୁମାର ଦାଶଙ୍କ ଝିଅ ଶ୍ରଦ୍ଧାଶତପର୍ବାଙ୍କୁ ସେ ବିବାହ କରୁଛନ୍ତି । ପେଶାରେ ଦୁଇ ଜଣ ଡାକ୍ତର ବୋଲି ଜଣାପଡ଼ିଛି । ଏହି ବିବାହରେ ୧୦୦ ଜଣ ସାଧୁ ଯୋଗଦେଇଛନ୍ତି । ଭୁବନେଶ୍ୱର ୟୁନିଟ୍-୮ରେ ଥିବା ମହାବୀର ମନ୍ଦିରୁ ବରଯାତ୍ରୀ ବାହାରି ମଙ୍ଗଳା ମଣ୍ଡପରେ ପହଂଚିବେ । ସେଠାରେ ବିବାହ ଅନୁଷ୍ଠିତ ହେବ ।