ଲଘୁଚାଷ ବର୍ଷାରେ ଚାଷକୂଳ ପ୍ରଭାବିତ: ଚାଷ ଜମିରେ ଲହଡ଼ି ମାରୁଛି ୪ଫୁଟ ଉଚ୍ଚର ଲୁଣି ପାଣି 

127

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦୋହଲିଯାଇଛି ଚାଷୀର ମେରୁଦଣ୍ଡ । ସମୁଦ୍ରର ଉଚ୍ଚ ଜୁଆର ଆସି ବନ୍ଧ ଭାଙ୍ଗିବା ସହ ଗାଁ ଭିତରେ ପଶିଥିବାର ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା କଷାଫଳ, ସାର୍ଥା, ଆଳୁମେଦା ପଂଚାୟତରେ ଶହ ଶହ ହେକ୍ଟର ଚାଷ ଜମିରେ ମାଡ଼ି ଯାଇଛି ଲୁଣି ପାଣି । କଷାଫଳ ପଂଚାୟତରେ ଚାଷ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ପାଖାପାଖି ୫ଶହ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି । ବର୍ତମାନ ଖରିଫ ରୁତୁ ହୋଇଥିବାରୁ ଚାଷ କାମ ପାଇଁ ଜମିରେ ତଳି ଓ ବିହନ ପକାଇଥିଲେ ଚାଷୀ । କିନ୍ତୁ ଲୁଣି ପାଣି ମାଡ଼ିଯିବା ଯୋଗୁଁ ଧାନ ଗଛ ନଷ୍ଟ ହେବାର ସମ୍ଭାବନା ରହିଛି । ତଳି ପଚିସଢି ଗଲାଣି । ଆଗକୁ ଚାଷ କାମ କିପରି ହେବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।  ସେହିପରି ଖରାସାହାପୁର ଅଂଚଳର କଇଥଭେଟିଆ, ଅନ୍ଧାରଗୋର, ପେଟା, ଚିଙ୍ଗୁଡ଼ିଖିଆ, ବରବାଙ୍କ, ହୁଡ଼ାପାହି, ବାରମାଣିଆ ଅଂଚଳରେ ଶହ ଶହ ହେକ୍ଟର ଚାଷ ଜମିରେ ୪ଫୁଟ ଉଚ୍ଚତାର ଲୁଣିପାଣି ମାଡ଼ି ଯାଇଛି ।