ଶରଣକୁଳ ଏସଡିପିଓ ଅଫିସ ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ଜଣଙ୍କ ମୃତ୍ୟୁ

83

କନକ ବ୍ୟୁରୋ : ନୟାଗଡ ଶରଣକୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ଧକ୍କାରେ ୩ ମୃତ ୨ ଗୁରୁତର । ସମସ୍ତ ଆହତଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ, ସ୍ଥାନୀୟ ଜଗନ୍ନାଥପୁର ଗାଁର ଦୁଇଜଣ ବ୍ୟକ୍ତି ବାଇକ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ପଥରକଟା ଗାଁର ୩ ଯୁବକ ଅନ୍ୟ ଏକ ବାଇକ ଯୋଗେ ନୟାଗଡ ଆଡକୁ ଆସୁଥିଲେ ।

ଜଗନ୍ନାଥପୁର ଛକରେ ଗାଁ ଭିତରକୁ ପଶୁଥିବା ବାଇକକୁ ୩ ଯୁବକ ବସିଥିବା ବାଇକ ଧକ୍କା ଦେଇଥିଲା । ଫଳରେ ସମସ୍ତ ୫ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ସେମାନଙ୍କୁ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ୩ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଶେଷ ଖବର ଅନୁସାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ୨ ଗୁରୁତର ଚିକିତ୍ସାଧୀନ ଅଛନ୍ତି ।