ଚଳଚିତ୍ର ‘ଯବାନ’ ପାଇଁ ମିଳୁନି ଟିକେଟ୍ । ହାଉସଫୁଲ ରହିଛି ସିନେମାଘର, ବିକ୍ରି ସରିଲାଣି ସାଢେ ୭ ଲକ୍ଷ ଟିକେଟ୍

1,121

କନକ ବ୍ୟୁରୋ : ସବୁଠି ଏବେ ଯବାନର କ୍ରେଜ । କିଙ୍ଗ ଖାନ ଶାହାରୁଙ୍କ ଏହି ବହୁ ପ୍ରତିକ୍ଷିତ ସିନେମା ଦେଖିବାକୁ ଦର୍ଶକଙ୍କ ମନରେ ପ୍ରବଳ ଉତ୍ସାହ ଓ ଉକ୍ରଣ୍ଠା । ୭ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ସିନେମା । ଏଥିପାଇଁ ପ୍ରାୟ ସମସ୍ତ ହଲ୍ ରହିଛି ହାଉସଫୁଲ । କିଙ୍ଗଖାନ୍ଙ୍କ ପ୍ରଂଶସକ ଠାରୁ ଆରମ୍ଭ କରି ସିନେପ୍ରେମୀ ଯାଏଁ ସମସ୍ତେ ‘ଯବାନକୁ ବଡପରଦାରେ ଦେଖିବାକୁ ଚାହିଁରହିଛନ୍ତି । ଏଥିପାଇଁ ଆଡଭାନ୍ସ ଟିକେଟ ବିକ୍ରିରେ ବି ରେକର୍ଡ କରିଛି ସିନେମା । ପ୍ରଥମ ଦିନ ପାଇଁ ଆଗୁଆ ସାଢେ ୭ ଲକ୍ଷ ଟିକେଟ୍ ବିକ୍ରି ସରିଥିବା ବେଳେ ପ୍ରାୟ ସମସ୍ତ ହଲ୍ ଗୁଡିକ ହାଉସଫୁଲ ରହିଛି ।

କାଲି ବଡପରଦାକୁ ଆସିବ ଯବାନ । ତେଣୁ ରାଜଧାନୀ ଭୁବନେଶ୍ୱର ସମେତ ସାରା ଦେଶର ସେହି ସମସ୍ତ ହଲରେ ପ୍ରସ୍ତୁତି ସରିଲାଣି ଯେଉଁଠି ଫିଲ୍ମ ଯବାନ ମୁକ୍ତିଲାଭ କରିବ । କେଉଁଠି ବିରାଟ ପୋଷ୍ଟର ଲାଗିଛି ତ ପୁଣି କେଉଁଠି ଶାହାରୁଖଙ୍କ କଟ ଆଉଟ ମନମୋହୁଛି ।ସେପଟେ ଚଳଚିତ୍ରର କଳକାରମାନେ ପ୍ରମୋସନ କରିବା ସହ ଏହା ବକ୍ସ ଅଫିସରେ ବେଶ ଭଲ ଆୟ କରିବା ସମ୍ଭାବନା ରହିଛି ।

ଏଟଲିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଶାହାରୁଖ ଓ ନୟନତାରାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସିନେମାର ଟ୍ରେଲର, ଟିଜର ହିଟ ହେବା ସହ ଆଡାଭାନ୍ସ ଟିକେଟ୍ ବିକ୍ରିକୁ ଦେଖି ଆକଳନ କରାଯାଉଛି, ଯବାନ ବକ୍ସଅଫିସରେ ବାଜି ମାରିବ ନିଶ୍ଚିୟ ।