ଭୋଟ୍ ପାଇଁ ପିଲାଙ୍କ ଅପିଲ । ଭୋଟ ଦେବାକୁ ବାପା-ମା’ଙ୍କୁ ନିବେଦନ କଲେ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ।

240

କନକ ବ୍ୟୁରୋ: ଭୋଟ୍ ପାଇଁ ପିଲାଙ୍କ ଅପିଲ୍ । ନିର୍ବାଚନରେ ଭାଗ ନେବା ପାଇଁ ପତ୍ର ମାଧ୍ୟମରେ ବାପା-ମାଆଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟର ୩ଶହରୁ ଅଧିକ ଛାତ୍ରଛାତ୍ରୀ ପୋଷ୍ଟକାର୍ଡ ମାଧ୍ୟମରେ ନିଜ ନିଜ ଅଭିଭାବକଙ୍କୁ ପତୟ ଲେଖି ଗଣତନ୍ତ୍ରର ମହାନ ପର୍ବରେ ଭାଗ ନେବା ଲାଗି ନିବେଦନ କରିଛନ୍ତି । ନିର୍ବାଚନ ଦିନ ଘରୁ ବାହାରି ଭୋଟ୍ ଦେବା ଲାଗି ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବାପା-ମାଆଙ୍କୁ ଅପିଲ କରିଛନ୍ତି ।