ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିବସ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ।

150

କନକ ବ୍ୟୁରୋ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ କାର୍ୟ୍ୟକର୍ତ୍ତା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା କରିଛନ୍ତି। ୨୨ ଜାନୁଆରି ୨୦୨୪ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମଧ୍ୟ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି- ‘ଜୟ ସିୟାରାମ ! ଆଜିର ଦିନ ବହୁତ ଭାବନାରେ ଭରିଯାଇଛି।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପଦାଧିକାରୀମାନେ ମତେ ମୋର ବାସଭବନରେ ଭେଟି ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ମୁଁ ଏଥିପାଇଁ ଧନ୍ୟ ମନେ କରୁଛି।’ ସୂଚନାଯୋଗ୍ୟ, ତିନି ମହଲା ବିଶିଷ୍ଟ ଅଯୋଧ୍ୟା ରାମ ମନ୍ଦିର ତଳ ମହଲାର ନିର୍ମାଣ କାର୍ୟ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମ୍ପନ୍ନ ହେବ ଏବଂ ଜାନୁଆରି ୨୨ ତାରିଖରେ ପ୍ରାଣପ୍ରତିଷ୍ଠା ହେବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନିଜେ ତାରିଖ ସଂପର୍କରେ ଘୋଷଣା କରିବା ପରେ ଏହାକୁ ନେଇ ଦେଶବ୍ୟାପୀ ଉତ୍ସାହ ଦେଖିବାକୁ ମିଳିଛି।