ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ଭୟରେ ଘରୁ ବାହାରିପାରୁନାହାନ୍ତି ଲୋକେ ।

187

କନକ ବ୍ୟୁରୋ: ଦିନକୁ ଦିନ ଜଙ୍ଗଲ କ୍ଷୟ ହେଉଥିବା ବେଳେ ଏବେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲି ଜୀବ । ଖାଦ୍ୟ ଅନ୍ୱେଷଣ ପାଇଁ ଗାଁରେ ପଶୁଛନ୍ତି ହାତୀପଲ । କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ ପୁଣି କେତେବେଳେ ଘରଦ୍ୱାର ଭାଙ୍ଗୁଛନ୍ତି । ଅନେକ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି ।

ବଲାଙ୍ଗୀର ତୁରେକେଲା ବ୍ଲକ ଡମଣି ଚୁଆ ଗାଁରେ ଦନ୍ତାହାତୀ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଦନ୍ତାହାତୀଟି ବେଧଡ଼କ ଭାବେ ଗାଁରେ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଆତଙ୍କିତ ଅବସ୍ଥାରେ ଲୋକେ ଘରୁ ବାହାରକୁ ବାହାରିପାରୁନାହାନ୍ତି । ହାତୀ ଘଉଡ଼ାଇବା ପାଇଁ ବନବିଭାଗକୁ ଦାବି କରିଛନ୍ତି ଗାଁ ଲୋକେ ।