ଜମ୍ମୁ-କାଶ୍ମୀରରେ ଲାଗୁ ହେଲା ରାଜ୍ୟପାଳ ଶାସନ : ରାଷ୍ଟ୍ରପତି କଲେ ଅନୁମୋଦନ

32

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ଲାଗୁ ହେଲା ରାଜ୍ୟପାଳ ଶାସନ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଜି ଠାରୁ ରାଜ୍ୟପାଳ ଶାସନ ଲାଗୁ ହୋଇଛି । ଗତକାଲି ବିଜେପି-ପିଡିପି ମେଂଟ ସରକାର ଭାଙ୍ଗିବା ପରେ ଲାଗି ରହିଥିଲା ଅନିଶ୍ଚିତତା । ଗତକାଲି ମେଂଟରୁ ସମର୍ଥନ ପ୍ରତ୍ୟାହାର କରିଥିଲା ବିଜେପି । ଆଉ ଏହା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପିଡିପି ମୁଖ୍ୟ ମେହବୁବା ମୁଫତି । ଏହିବର୍ଷ ଆଗକୁ ତିନିଟି ରାଜ୍ୟରେ ଥିବା ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏହି ନିଷ୍ପତି ନେଇଥିବା କୁହାଯାଉଛି ।

ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଉପରେ ବିଜେପି-ପିଡିପି ମେଂଟ ସରକାର ହୋଇଥିଲା । ଶାନ୍ତି ପ୍ରତିଷ୍ଠା ପାଇଁ ଯାହା କିଛି ପଦକ୍ଷେପ ନେବା ଏବଂ ଦ୍ୱିତୀୟଟି ହେଉଛି ରାଜ୍ୟର ତିନିଟି ପ୍ରମୁଖ ଅଂଚଳର ବିକାଶ । ତେବେ ମେଂଟ ସରକାର ଅମଳରେ ଏହା ହେଲା ନାହିଁ । ଜାମ୍ମୁକାଶ୍ମୀରରେ ହିଂସା ବଢି ଚାଲିଲା । ଯାହାକି ବିଜେପି ପାଇଁ ମେଂଟରେ ରହି ସରକାର ଚଲାଇବା ମୁସ୍କିଲ କରିଦେଇଥିଲା । ତେଣୁ ବିଜେପି ମେଂଟରୁ ଓହରି ଗଲା ବୋଲି ବିଜେପି ସାଧାରଣ ସମ୍ପାଦକ ରାମ ମାଧବ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଭାରତୀୟ ଜନତା ପାର୍ଟି ଜମ୍ମୁ-କଶ୍ମୀର ସରକାରଙ୍କ ଠାରୁ ନିଜର ସମର୍ଥନ ପ୍ରତ୍ୟାହାର କରିଛି । ଏଥିସହ ରାଜ୍ୟରେ ୩ ବର୍ଷ ଠାରୁ ଆରମ୍ଭ ହୋଇଥିବା ଚାଲୁଥିବା ପିଡ଼ିପି-ବିଜେପି ମେଂଟ ଶେଷ ହୋଇଯାଇଛି । ଏନେଇ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଆଜି ଦିଲ୍ଲୀରେ ରାଜ୍ୟର ସମସ୍ତ ବଡ଼ ଦଳର ନେତାଙ୍କ ସହ ବୈଠକ କରିଥିଲେ ଏହି ବୈଠକରେ ଜମ୍ମୁ-କାଶ୍ମୀର ସରକାରରେ ସାମିଲ ପାର୍ଟିର ସମସ୍ତ ମନ୍ତ୍ରୀ ଓ କିଛି ମୁଖ୍ୟ ନେତାଙ୍କୁ ବୈଠକରେ ଡାକିଥିଲେ ।