ମଦ୍ୟପ ଯୁବକର ଉନ୍ନତ୍ତ କାଣ୍ଡ : ପୁଅ ମୃତ, ବାପା ଗୁରୁତର; ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ

190

କନକ ବ୍ୟୁରୋ : ମଦ୍ୟପ ଯୁବକର ଉନ୍ନତ୍ତ କାଣ୍ଡ । ଯାଜପୁର ରୋଡ ଥାନା ଅନ୍ତର୍ଗତ ବାଳୁଙ୍ଗା ବନ୍ଦୀ ଗ୍ରାମରେ ମଦ୍ୟପ ଯୁବକଙ୍କ ଛୁରା ମାଡରେ ପୁଅ ମୃତ ବାପ ଗୁରୁତର । ଅଭିଯୁକ୍ତ ଯାଜପୁର ରୋଡ ଥାନାରେ ଅଟକ । ସୂଚନା ଅନୁସାରେ ରାତି ପାଖାପାଖି ୯ଟାରେ ବାଳୁଙ୍ଗାବନ୍ଦୀ ଗାଁର ସୁକାନ୍ତ ମଳିକ ଦାଣ୍ଡରେ ବସିଥିଲେ । ସେହି ସମୟରେ ଗାଁର ଗଣେଶ ମଦ ନିଶାରେ ଚୁର ହୋଇ ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ସୁକାନ୍ତ ଏହାକୁ ବିରୋଧ କରିବାରୁ ଗଣେଶ ମାଡ ମାରିଥିଲେ ।

ବାପାକୁ ମାଡ ହେଉଥିବା ଦେଖି ପୁଅ ମଦନ ଛଡାଇବାକୁ ଆସିବାରୁ ଗଣେଶ ଉଭୟ ବାପପୁଅଙ୍କୁ ଛୁରା ମାଡ କରି ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ ଗ୍ରାମବାସୀ ବାପ ପୁଅଙ୍କୁ ଉଦ୍ଧାର କରି ଦାନଗଦି ମେଡିକାଲକୁ ନେଇଥିଲେ । ସେଠାରେ ମଦନ ମଳିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ସୁକାନ୍ତ ମଳିକଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଅଭିଯୁକ୍ତ ମଳିକଙ୍କୁ ଯାଜପୁର ରୋଡ ଥାନାରେ ପୁଲିସ ଅଟକ ରଖିଛି ।