ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜେଲ ୱାର୍ଡର ସସପେଣ୍ଡ: କାର୍ଯ୍ୟରେ ଅବହେଳା ପାଇଁ ହେଲା କାର୍ଯ୍ୟାନୁଷ୍ଠାନ

506

କନକ ବ୍ୟୁରୋ: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜଣେ ଜେଲ ୱାର୍ଡର ସସପେଣ୍ଡ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଅକ୍ଷୟ ମହାନ୍ତିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ବଲପୁର ରେଂଜ ଜେଲ ଡିଆଇଜି କହିଛନ୍ତି, ଡାଇନିଂ ହଲ ପଛ ଝରକାରେ ବେକର ଗାମୁଛା ବାନ୍ଧି ଝୁଲିପଡିଛନ୍ତି ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ।… ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସନ୍ଦେହଜନକ ମୃତ୍ୟୁ ହୋଇଛି । ଆଜି କୋର୍ଟରେ ହାଜର ହେବା ପୂର୍ବର୍ରୁ ବଲାଙ୍ଗୀର କଂଟାବାଞ୍ଜି ଜେଲରେ ସେ ଆତ୍ମହତ୍ୟା କରିଛନ୍ତି । ଜେଲର ସେଲ ପଛପଟେ ଥିବା ଗୋଟିଏ ଗଛରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଗୋବିନ୍ଦ ଆତ୍ମହତ୍ୟା କଲେ ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରୁଛି । ଆଉ ଏସବୁ ଭିତରେ ଗୋବିନ୍ଦ ସାହୁଙ୍କ ପତ୍ନୀ ସୁଷମା ସାହୁ ବିସ୍ଫୋରକ ବୟାନ ଦେଇ ଏହି ରହସ୍ୟକୁ ଆହୁରି ବଢାଇ ଦେଇଛନ୍ତି । ସେ କହିଛନ୍ତି- ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି । ସେ କେବେ, ଆତ୍ମହତ୍ୟା କରି ନାହାଁନ୍ତି । ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଛି ।