୫ ଦେଶରେ କୋଭିଡ ସଂକ୍ରମଣ ବଢିବା ପରେ ଆଲର୍ଟରେ କେନ୍ଦ୍ର ସରକାର: ସବୁ ରାଜ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ

765

କନକ ବ୍ୟୁରୋ: ଚୀନ ଓ ଆମେରିକା ସମେତ ପାଂଚଟି ଦେଶରେ କରୋନା ସଂକ୍ରମଣ ବଢିବା ପରେ କେନ୍ଦ୍ର ସରକାର ଆଲର୍ଟ ହୋଇଯାଇଛନ୍ତି । ନମୁନାକୁ ଜେନମ ସିକ୍ୱେନ୍ସ ପାଇଁ ପଠାଇବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ସମୟ ପୂର୍ବରୁ ନୂଆ ଭାଂରିଆଟ ସମ୍ପର୍କରେ ଜଣାପଡିବ ବୋଲି କୁହାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଚିଠିରେ କୁହାଯାଇଛି, କରୋନାର ନୂଆ ଭାଂରିଆଂଟ ଜାଣିବା ପାଇଁ ଜେନମ ସିକ୍ୱେନ୍ସ ଜରୁରୀ ।ଏଥିପାଇଁ ସମସ୍ତ ରାଜ୍ୟକୁ ନମୁନା ପଠାଇବା ପାଇଁ କୁହାଯାଇଛି । ଏଥିସହ ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । କୋଭିଡ ଟିକାକରଣ ଅଭିଯାନର ମୁଖ୍ୟ ଆଜି କହିଛନ୍ତି, ପଡୋଶୀ ଚୀନରେ କରୋନା ବଢୁଥିଲେ ବି ଭାରତକୁ ସେଭଳି ଚିନ୍ତା କରିବାର ଆବଶ୍ୟକ ନାହିଁ । କାରଣ-ଦେଶର ଟିକାକରଣ ହୋଇସାରିଛି । ଦୁନିଆରେ ଦେଖାଦେଇଥିବା ନୂଆ ଭାରିଆଂଟ ଭାରତରେ ମିଳିସାରିିଛି । ତେଣୁ ସାବଧାନ ଜରୁରୀ । ଚୀନରେ ଏ ଯାଏଁ ଅନେକ ଲୋକଙ୍କ ଟିକାକରଣ ସରିନାହିଁ ।