କୃଷ୍ଣପ୍ରସାଦ ମାଲୁଦ ଜଗନ୍ନାଥ ମନ୍ଦିରରୁ ଲୁଟ୍ କଲେ ଲୁଟେରା । ରାତି ଅଧିଆ ଠାକୁରଙ୍କ ଦାନ ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ ।

83

କନକ ବ୍ୟୁରୋ: ଶେଷରେ ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । କିଛି ଦିନ ଧରି ଆଖପାଖ ଅଞ୍ଚଳରେ ଲୁଟତରାଜ ଚାଲିଥିବା ବେଳେ ଏବେ ଲୁଟେରା ଟାର୍ଗେଟ କରିଛନ୍ତି ମନ୍ଦିରକୁ । ରାତି ଅଧିଆ ମନ୍ଦିରରେ ପଶି ଲୁଟପାଟ କରିଛନ୍ତି । ପୁରୀ କୃଷ୍ଣପ୍ରସାଦ ମାଲୁଦ କରଣ ସାହିରେ ରହିଛି ଜଗନ୍ନାଥ ମନ୍ଦିର । ପ୍ରତିଦିନ ଭଳି ସେଦିନ ମଧ୍ୟ ମନ୍ଦିରରେ ପୂଜା କରାଯାଇଥିଲା । ସଂଧ୍ୟା ଆଳତୀ ସରିଯିବା ପରେ ବ୍ରାହ୍ମଣ ଗୋସେଇଁର୍ ମନ୍ଦିର ବନ୍ଦ କରିଦେଇଥିଲେ । ହେଲେ ତା ପରେ ବିଳମ୍ବିତ ରାତିରେ ଲୁଟେରା ପଶିଥିଲେ ମନ୍ଦିରରେ । ମନ୍ଦିରରେ ଥିବା ଦାନ ହୁଣ୍ଡି ବାକ୍ସକୁ ଚୋରି କରିନେଇଛନ୍ତି । ପରଦିନ ମନ୍ଦିର ଖୋଲିଲାବେଳେ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଥିଲା । ଘଟଣା ନେଇ କୃଷ୍ଣପ୍ରସାଦ ଥାନାରେ ଏତଲା ଦିଆଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି ।