୫ ମାସର ଶିଶୁକୁ ଲିଭର ଜନିତ ରୋଗ । ଭଲ ହେବା ପାଇଁ ଦରକାର ଲକ୍ଷାଧିକ ଟଙ୍କା । ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର ।

129

କନକ ବ୍ୟୁରୋ: ଦୁନିଆ କଣ ଜାଣିନିି…ହେଲେ ରୋଗର ଯନ୍ତ୍ରଣାର ଜର୍ଜରିତ କୁନି ନିଷ୍ପାପ ଶିଶୁ । ବୟସ ମାତ୍ର ୫ ମାସ ହୋଇଥିବା ବେଳେ ଲିଭର ଜନିତ ରୋଗରେ ପୀଡିତ ହୋଇଛି ଶିଶୁଟି । ବାଙ୍କୀ ଡମପଡା ଜୋରକୁଳ ଗାଁର ବସନ୍ତ କୁମାର ସାମଲଙ୍କ ୫ ମାସର ପୁଅର ଚିକତ୍ସା ପାଇଁ ୭ରୁ ୮ଲକ୍ଷ ଖର୍ଚ୍ଚ କରାଯାଇସାରିଲାଣି । ଅଧିକ ଚିକିତ୍ସା ପାଇଁ ଏମ୍ସ ଯିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଯାହାପାଇଁ ପ୍ରାୟ ୩୫ଲକ୍ଷରୁ ଅଧିକ ଖର୍ଚ୍ଚ ହେବ । ହେଲେ ପୁଅ ଚିକିତ୍ସାପାଇଁ ଏତେଗୁଡାଏ ଟଙ୍କା ପରିବାର ଲୋକେ ଯୋଗାଡ କରିବେ କେମିତି? ଚିକିତ୍ସା ପାଇଁ ଯାହାକିଛି ଥିଲା ସବୁ ବିକ୍ରି କରିସାରିଛନ୍ତି । ଦିନକୁ ଦିନ ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଚାଲିଥିବା ବେଳେ ପୁଅର ଚିକିତ୍ସା କରିବା ଏବେ ଜରୁରୀ ହୋଇପିଛି । ପୁଅକୁ କେମିତି ସୁସ୍ଥ କରିବେ ସେ ନେଇ ମାଆର ଆଖିରୁ ଶୁଖୁନି ଲୁହ । ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବା ବେଳେ ଏତେ ଟଙ୍କା ଆଣିବେ କେଉଁଠୁ ? ଏନେଇ ପ୍ରଶାସନକୁ ସହାୟତା ପାଇଁ ଆକୁଳ ନିବେଦନ କରିଛି ପରିବାର ।