‘ଦ କପିଲ ଶର୍ମା’ ସୋରେ ଅତିଥି ହେବେ ଚାଇନିଜ୍ ଅଭିନେତା ଜ୍ୟାକି ଚାନ୍!

36

ଲୋକପ୍ରିୟ ଚାଇନିଜ୍ ଅଭିନେତା ଜ୍ୟାକି ଚାନ୍ ବହୁତ ଯଲଦି ନଜର ଆସିବେ ‘ଦ କପିଲ ଶର୍ମା’ ସୋରେ । ସେ ତାଙ୍କର ଆଗାମୀ ଏକ୍ସନ-କମେଡି ସିନେମା ‘କୁଙ୍ଗ ଫୁ ୟୋଗା’ର ପ୍ରଚାର ପାଇଁ ଏଇ ସୋରେ ଯୋଗଦେବେ ବୋଲି ଜଣାପଡିଛି । କପିଲ ଶର୍ମା ନିଜେ ଟ୍ୱିଟ ଜରିଆରେ ଏକଥା ଜଣାଇଛନ୍ତି । ଏଇ ସିନେମାରେ ବଲିଉଡ ଅଭିନେତା ସୋନୁ ସୁଦ୍ ମଧ୍ୟ ଅଭିନୟ କରୁଛନ୍ତି । ‘କୁଙ୍ଗ ଫୁ ୟୋଗା’ ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଷ୍ଟେନଲୀ ଟୋଙ୍ଗ ଓ ୩ ଫେବୃଆରୀରେ ରିଲିଜ ହେବ ଏଇ ସିନେମା । ନିଜ ସିନେମା ‘କୁଙ୍ଗ ଫୁ ୟୋଗା’ର ପ୍ରମୋଶନ ପାଇଁ ଜ୍ୟାକି ଚାନ୍ ସୋନୁ ସୁଦଙ୍କ ସହ ଭାରତ ଆସିଛନ୍ତି ବୋଲି ସୂଚନା ମିଳିଛି ।