ISRO ଲଞ୍ଚ କରିଛି ସବୁଠୁ ଛୋଟ ରକେଟ୍ SSLV-D2, ପ୍ରଥମ ପରୀକ୍ଷଣ ହୋଇଥିଲା ବିଫଳ

98

କନକ ବ୍ୟୁରୋ: ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ) ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଜି ସବୁଠୁ ଛୋଟ ଉପଗ୍ରହ SSLV-D2 ଲଞ୍ଚର ଉତକ୍ଷେପଣ କରିଛି । ଲଞ୍ଚିଙ୍ଗ ୯ଟା ୧୮ ମିନିଟରେ ହୋଇଛି । ଉତକ୍ଷେପଣ ପରେ ଏହି ଲଞ୍ଚର ଭେଇକିଲ ୧୫ ମିନିଟର ଉଡାଣ ସମୟରେ ଇସ୍ରୋର ଇଓଏସ୍-୦୭, ଆମେରିକା ସ୍ଥିତ ଫର୍ମଆଣ୍ଟାରିସ୍ ଜାନୁସ୍-୧. ସ୍ପେଶ୍ କିଡଜର ଅଜାଦି ସାଟ୍ ୪୫୦ କିଲୋମିଟର ଦୂରରେ ସ୍ଥାପନ କରିବାର ସୂଚନା ରହିଛି ।

ତଥ୍ୟ ଅନୁସାରେ, ଏସଏସଏଲଭି ‘ଲଞ୍ଚ ଅନ୍ ଡିମାଣ୍ଡ’ ଆଧାରରେ ଏହା ପୃଥିବୀର ୫୦୦ କିଲୋମିଟର ଯାଏଁ ଘୁରି ସାଟେଲାଇଟ୍କୁ ଅବସ୍ଥାପିତ କରିପାରିବ । କମ୍ ସମୟ ମଧ୍ୟରେ ପୃଥିବୀର କକ୍ଷ ପକ୍ଷରେ ଏକାଧିକ ଉପଗ୍ରହଙ୍କୁ ଅବସ୍ଥାପିୀତ କରିବାର ସାମର୍ଥ୍ୟ ରେ ଏହି ଲଞ୍ଚର । ଏହାର ଲମ୍ବ ୩୪ ମିଟର, ୨ ମିଟର ବ୍ୟାସ ଯୁକ୍ତ । ଏହାର ଓଜନ ୧୨୦ ଟନ୍ ।