ଆଉ ଦିନକ ପରେ ଆଇପିଏଲ-୨୦୨୪ । ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ କମାଇବାକୁ ଏଥର ନୂଆ ନିୟମ

627

କନକ ବ୍ୟୁରୋ : ଶୁକ୍ରବାରରୁ ଆରମ୍ଭ ହେଉଛି ଆଇପିଏଲର ୧୭ ତମ ସଂସ୍କରଣ । ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ଆଇପିଏଲରେ ବୋଲରଙ୍କ ପ୍ରଭାବ କମୁଥିବାରୁ ଚଳିତ ଆଇପିଏଲରେ ବୋଲରଙ୍କୁ ସୁହାଇବା ପାଇଁ ନୂଆ ନିୟମ ହେବ । ବୋଲରମାନେ ଗୋଟିଏ ଓଭରରେ ଗୋଟିଏ ବାଉଁନସର ପରିବେର୍ତ ଦୁଇଟି ବାଉନ୍୍ସର ପକେଇ ପାରିବେ । ଟି-୨୦ କ୍ରିକେଟରେ ବ୍ୟାଟରଙ୍କ ପ୍ରଭାବ ଅଧିକ ରହୁଥିବାରୁ ଗୋଟିଏ ଓଭରରେ ବୋଲରଙ୍କୁ ଗୋଟିଏ ଦୁଇଟି ବାଉଁନସର ପକାଇପାରିବାର ସୁବିଧା ପ୍ରଦାନ କରାଯାଇଛି ।

ସ୍ମାର୍ଟ ରିଭ୍ୟୁ ନିୟମ ଦ୍ୱାରା ଫିଲ୍ଡ ଅମ୍ପାୟାରଙ୍କୁ ନିଷ୍ପତି ନେବାରେ ଆହୁରି ସହଜ ହେବ । ଉଭୟ ଟିଭି ଅମ୍ପାୟାର ଏବଂ ହକ୍-ଆଇ ଅପରେଟର ଏକାଠି ବସିବେ । ପୂର୍ବରୁ ଟିଭି ଅମ୍ପାୟାର ଏବଂ ହକ୍-ଆଇ ଅପରେଟରଙ୍କ ମଝିରେ ଟିଭି ବ୍ରଡକାଷ୍ଟ ଡିରେକ୍ଟରଙ୍କ ପ୍ରମୁଖ ଭୂମିକା ରହୁଥିଲା । ଟିଭି ଅମ୍ପାୟାରଙ୍କୁ କୌଣସି ନିଷ୍ପତି ନେବାକୁ ହେଲେ ଭାୟା ଟିଭି ବ୍ରଡକାଷ୍ଟ ଡିରେକ୍ଟର ଦ୍ୱାରା ହକ୍-ଆଇ ଅପରେଟରଙ୍କଠାରୁ ଫୁଟେଜ୍ ନେବାକୁ ପଡୁଥିଲା । କିନ୍ତୁ ଏଥର ଏକାଠି ବସିବେ ଟିଭି ଅମ୍ପାୟାର ଏବଂ ହକ୍-ଆଇ ଅପରେଟର୍ କାମ କରିବେ । ଯାହା ଦ୍ୱାରା ରିୁଭ୍ୟ ପାଇଁ ଅଧିକ ସମୟ ନଷ୍ଟ ହେବ ନାହିଁ । ବହୁ ବିଚାର ବିମର୍ଶ ପରେ ବିସିସିଆଇ ଏହି ୨ ନୂଆ ନିୟମ ଆଇପିଏଲରେ ଲାଗୁ କରିବାକୁ ଯାଉଛି । ଯାହା ଫଳରେ ବିଶ୍ୱର ସବୁଠୁ ଧନୀ ଲିଗ୍ ଆହୁରି ରୋମାଚଂକ ହେବ । ଖାସ୍ କରି, ବୋଲର୍ ଏବଂ ଅମ୍ପାୟାରଙ୍କୁ ଟିକେ ଆସ୍ୱସ୍ତି ମିଳିବ ।