ଜାତିସଂଘ ପ୍ରକାଶ କଲା ବିଶ୍ୱର ସୁଖୀ ରାଷ୍ଟ୍ର ତାଲିକା । ୧୪୩ ଦେଶ ମଧ୍ୟରୁ ୧୨୬ ନମ୍ବରରେ ଭାରତ

485

କନକ ବ୍ୟୁରୋ : ଜାତିସଂଘ ପ୍ରକାଶ କଲା ବିଶ୍ୱର ସୁଖୀ ରାଷ୍ଟ୍ର ତାଲିକା । ସପ୍ତମ ଥର ପାଇଁ ଲଗାତାର ସର୍ବୋଚ୍ଚ ସ୍ଥାନରେ ରହିଛି ଫିନଲାଣ୍ଡ । ସୁଖୀ ରାଷ୍ଟ୍ର ତାଲିକାରେ ଫିନଲାଣ୍ଡ ତଳେ ରହିଛନ୍ତି ଡେନମାର୍କ, ଆଇସଲାଣ୍ଡ ଏବଂ ସ୍ୱିଡେନ । ତାଲିକାରେ ଶୀର୍ଷରେ ଅଧିକାଂଶ ୟୁରୋପିଓ ଦେଶ ରହିଥିବା ଦେଖିବାକୁ ମିଳିଛି । ମୋଟ ୧୪୩ ଦେଶଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ସବୁଠୁ ତଳେ ରହଛି ଆଫଗାନିସ୍ଥାନ । ୨୦୨୦ରେ ତାଲିବାନ ଆଫଗାନିସ୍ଥାନର ଶାସନ ଭାର ଗ୍ରହଣ କରିବା ପରେ ଆଫଗାନିସ୍ଥାନ ସୁବୁଠୁ ତଳେ ରହିଆସୁଛି । ଗତ ବର୍ଷ ୧୨୬ ନମ୍ବର ସ୍ଥାନରେ ଭାରତ ରହିଥିବା ବେଳେ ଏଥର ସ୍ଥାନରେ କୌଣସି ପରିବର୍ତନ ହୋଇନାହିଁ । ତେବେ ବିକଶିତ ରାଷ୍ଟ୍ର ଆମେରିକା, ଜର୍ମାନୀ ପ୍ରଥମ ଥର ପାଇଁ ତାଲିକାର ଶୀର୍ଷ ୨୦ ଦେଶଙ୍କ ମଧ୍ୟରେ ସ୍ଥାନ ପାଇନାହାଁନ୍ତି । ଆମେରିକା ୨୩ ନମ୍ବର ସ୍ଥାନରେ ଥିବା ବେଳେ ଜର୍ମାନୀ ୨୪ ନମ୍ବର ସ୍ଥାନରେ ରହିଛି ।