ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଅଡ଼ୁଆରେ ବୀରେନ୍ଦ୍ର ଲାକ୍ରା : ବାନ୍ଧବୀଙ୍କ ସହ ବୀରେନ୍ଦ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକ

203

କନକ ବ୍ୟୁରୋ : ବିବାଦରେ ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରା । ଅନ୍ତର୍ଜାତୀୟ ହକି ତାରକା ରହିଥିବା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ହୋଇଛି । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ବାନ୍ଧବୀ ମନଜିତ ଟେଟେଙ୍କ ସହ ମିଶି ବନ୍ଧୁଙ୍କୁ ହତ୍ୟା କରିଥିବା ବୀରେନ୍ଦ୍ରଙ୍କ ନାଁରେ ଅଭିଯୋଗ ହୋଇଛି । ବୀରେନ୍ଦ୍ର ଜଣେ ଅନ୍ତର୍ଜାତୀୟ ଖେଳାଳୀ ରହିଥିବାରୁ ଏବଂ ପୋଲିସ ଡିଏସପି ଭାବେ କାମ କରିଥିବାରୁ ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ଫେବ୍ରୁଆରୀ ୨୮ ତାରିଖରେ ଝୁଲନ୍ତା ଅବସ୍ଥାରେ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଭୁବନେଶ୍ୱର ଇନଫୋସିଟି ଥାନା ଆୟୁଷରେ ସିଡିଅମ୍ ଫ୍ଲାଟ୍ ନଂ-୪୦୧ରୁ ଆନନ୍ଦଙ୍କ ମୃତଦେହ ମିଳିଥିଲା । ଯେଉଁ ଫ୍ଲାଟରୁ ଆନନ୍ଦଙ୍କ ମୃତଦେହ ତାହା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ରହିଛି ମିଳିଥିଲା । ବୀରେନ୍ଦ୍ର ଓ ଆନନ୍ଦ ପିଲାଦିନର ବନ୍ଧୁ ଥିଲେ । ଉଭୟ ଗୋଟିଏ ଝିଅକୁ ଭଲ ପାଉଥିଲେ । ସେହି କାରଣରୁ ଏଭଳି ଘଟଣା ଘଟିଛି ବୋଲି ଆନନ୍ଦଙ୍କ ପରିବାର ଲୋକେ କହିଛନ୍ତି । ଫେବ୍ରୁଆରୀ ୧୬ ତାରିଖରେ ଆନନ୍ଦଙ୍କ ବିବାହ ହୋଇଥିଲା । ଏବେ କାହିଁକି ସେ ଆତ୍ମହତ୍ୟା କରିବ ବୋଲି ଆନନ୍ଦଙ୍କ ବାପା, ମାଆ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଇନଫୋସିଟି ଥାନା ଅପମୃତ୍ୟୁ ମାମଲା ଦାୟର କରିଛି ।