୩ ବର୍ଷ ପରିବର୍ତ୍ତେ ସ୍ନାତକ ଡିଗ୍ରୀ ପାଇଁ ପଢ଼ିବାକୁ ହେବ ୪ ବର୍ଷ । ୟୁଜିସିର ଚିଠା ପ୍ରସ୍ତାବ, ୪ ବର୍ଷିଆ ସ୍ନାତକ ପରେ ବର୍ଷକରେ ସରିବ ପିଜି ।

164

କନକ ବ୍ୟୁରୋ: ୟୁଜିସି ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଏଣିକି ତିନିବର୍ଷିଆ ସ୍ନାତକ ପାଠ୍ୟକ୍ରମ ପରିବର୍ତ୍ତେ ଚାରିବର୍ଷିଆ ପାଠ୍ୟକ୍ରମ କରିବାକୁ ଚିଠା ପ୍ରସ୍ତାବ ଆଣିଛି ୟୁଜିସି । ଅର୍ଥାତ ଅନର୍ସ ଡିଗ୍ରୀ ହେବ ୪ ବର୍ଷିଆ ପାଠ୍ୟକ୍ରମ । ତିନିବର୍ଷର ସ୍ନାତକ ପରେ ୨ ବର୍ଷ ପିଜି ପାଠ୍ୟକ୍ରମ ରହିବ । କିନ୍ତୁ ଚାରିବର୍ଷରେ ଅନର୍ସ ଡିଗ୍ରୀ ହାସଲ କରିବା ପରେ ୧ ବର୍ଷରେ ପିଜି କରିପାରିବେ । ତେବେ ଏହାକୁ ତରବରିଆ ଭାବେ ଲାଗୁ ନକରି ସମସ୍ତ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି ପ୍ରଚଳନ କରିବାକୁ ମତ ଦେଇଛନ୍ତି ଶିକ୍ଷାବିତ୍ ।

  • ନୂଆ ଢାଞ୍ଚାରେ ସ୍ନାତକ ପାଠ୍ୟକ୍ରମ
  • ୪ ବର୍ଷରେ ମିଳିବ ଅନର୍ସ ଡିଗ୍ରୀ
  • ୪ ବର୍ଷର ସ୍ନାତକ ପରେ ବର୍ଷକରେ ସରିବ ପିଜି

ଏଣିକି ତିନିବର୍ଷିଆ ସ୍ନାତକ ପାଠ୍ୟକ୍ରମ ପରିବର୍ତ୍ତେ ଚାରିବର୍ଷିଆ ପାଠ୍ୟକ୍ରମ କରିବାକୁ ଚିଠା ପ୍ରସ୍ତାବ ଆଣିଛି ୟୁନିଭରସିଟି ଗ୍ରାଣ୍ଟ କମିସନ୍ । ଅର୍ଥାତ ଅନର୍ସ ଡିଗ୍ରୀ ହେବ ୪ ବର୍ଷିଆ ପାଠ୍ୟକ୍ରମ । ତିନିବର୍ଷର ସ୍ନାତକ ପରେ ୨ ବର୍ଷ ପିଜି ପାଠ୍ୟକ୍ରମ ରହିବ । କିନ୍ତୁ ଚାରିବର୍ଷରେ ଅନର୍ସ ଡିଗ୍ରୀ ହାସଲ କରିବା ପରେ ୧ ବର୍ଷରେ ପିଜି କରିପାରିବେ ।

ୟୁଜିସିର ପ୍ରସ୍ତାବ ଅନୁସାରେ ପ୍ରଥମ ୬ ସେମିଷ୍ଟାରରେ ୭୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସ୍ନାତକସ୍ତରରେ ଗବେଷଣା କରିବାକୁ ସୁଯୋଗ ମିଳିବ । ଏଥିରେ ଛାତ୍ରଛାତ୍ରୀଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ଦିଆଯିବ ବୋଲି ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ଦିଆଯାଇଛି । ତେବେ ଏହାକୁ ତରବରିଆ ଭାବେ ଲାଗୁ ନକରି ସମସ୍ତ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି ପ୍ରଚଳନ କରିବାକୁ ମତ ଦେଇଛନ୍ତି ଶିକ୍ଷାବିତ୍ ।

ସ୍ନାତକ ପାଠ୍ୟକ୍ରମର ପ୍ରଥମବର୍ଷ ପୂରଣ କଲେ ମିଳିବ ବର୍ଷିକିଆ ସାର୍ଟିଫିକେଟ୍ । ଦୁଇବର୍ଷରେ ଡିପ୍ଲୋମା, ତିନି ବର୍ଷ ଶେଷରେ ସ୍ନାତକ ସାର୍ଟିଫିକେଟ ଦିଆଯିବ । ଅନର୍ସ ଏବଂ ରିସର୍ଚ୍ଚ ସହ ଡିଗ୍ରୀ ପାଇଁ ଚାରିବର୍ଷ ପାଠ୍ୟକ୍ରମ ବା ୮ଟି ସେମିଷ୍ଟାରରେ କୃତକାର୍ଯ୍ୟ ହେବାକୁ ପଡିବ । ଯେଉଁମାନେ ଅଧାରୁ ପାଠ ଛାଡିବେ ସେମାନଙ୍କ ପାଇଁ ଦ୍ୱିତୀୟ ସୁଯୋଗ ରହିବ ଏବଂ ସର୍ବାଧିକ ୭ ବର୍ଷ ମଧ୍ୟରେ ଯୁକ୍ତ ତିନି ପାଠ ଶେଷ କରିବାକୁ ପଡିବ । ନୂତନ ପାଠ୍ୟକ୍ରମ ସିବିଏସସି ମୋଡରେ ବା ଚଏସ ବେସଡ କ୍ରେଡିଟ ସିଷ୍ଟମ ନିୟମରେ ହେବ । ୧୬୦ କ୍ରେଡିଟ ସ୍କୋର ରଖୁଥିବା ଛାତ୍ରଛାତ୍ରୀଙ୍କୁ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ ।

ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ପଦକ୍ଷେପ ନିଆଯାଉଛି । ଡ୍ରପଆଉଟ ହାର କମେଇବା ସହ ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ସୁଯୋଗ ଦେବାପାଇଁ ଜାତୀୟ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ପକ୍ଷରୁ ଏନେଇ ଚିଠା ପ୍ରସ୍ତାବ ରଖାଯାଇଛି । ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।