ହରିଆଣାରେ ଆଇଏନଏଲଡି ନେତା ନଫେ ସିଂ ରାଠି ହତ୍ୟା । ସିବିଆଇ ହାତକୁ ଗଲା ତଦନ୍ତ । ହତ୍ୟା ପଛରେ ବିଜେପି ହାତ ଥିବା ପରିବାରର ଅଭିଯୋଗ

216

କନକ ବ୍ୟୁରୋ: ଭାରତୀୟ ଜାତୀୟ ଲୋକ ଦଳ ବା ଆଇଏନଏଲଡିର ହରିଆଣା ମୁଖ୍ୟ ନଫେ ସିଂହ ରାଠୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ହରିଆଣାରେ ଆତଙ୍କ ଖେଳିଯାଇଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇଥିବାବେଳେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନଫେ ସିଂହ ରାଠିଙ୍କୁ ହତ୍ୟା କରିବା ଘଟଣାରେ ପୂର୍ବତନ ବିଧାୟକଙ୍କ ସମେତ ୭ ଜଣଙ୍କ ନାଁରେ ଏଫଆଇଆର ରୁଜୁ କରିଛି ।

  • ବିଚରାସ୍ତାରେ ନେତାଙ୍କୁ ହତ୍ୟା
  • ଆଇଏନଏଲଡି ହରିୟାଣା ମୁଖ୍ୟଙ୍କୁ ଗୁଳି ମାଡ଼
  • ନେତାଙ୍କୁ ହତ୍ୟା ନେଇ ରାଜ୍ୟରେ ଆତଙ୍କ

ଭାରତୀୟ ଜାତୀୟ ଲୋକଦଳର ହରିୟାଣା ମୁଖ୍ୟ ନଫେ ସିଂହ ରାଠୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସାରେ ଦେଶରେ ଆଲୋଡନ ସୃଷ୍ଟି କରିଛି । ଘଟଣାକୁ ନେଇ ହରିୟାଣା ପୋଲିସ ଗୁରତର ସହ ନେଇ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନଫେ ସିଂହ ରାଠୀଙ୍କ କାର ଚାଳକ ଓ ଭଣଜା ରାକେଶଙ୍କ ବୟାନ ଆଧାରରେ ପୂର୍ବତନ ବିଧାୟକ ନରେଶ କୌଶିକଙ୍କ ସମେତ ୭ ଜଣଙ୍କ ନାଁରେ ଏଫଆଇଆର ରୁଜୁ କରିଛି । ସେପଟେ ଦୋଷୀଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ନଫେ ସିଂହ ରାଠୀଙ୍କ ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି କହିଛନ୍ତି ତାଙ୍କ ପୁଅ ଜିତେନ୍ଦ୍ର ରାଠୀ ।

  • ଭଣଜା ବଖାଣିଥିଲେ ହତ୍ୟାର ଲୋମଟାଙ୍କୁରା କାହାଣୀ
  • ଗୁଳି କରି ହତ୍ୟା କରିବା ପରେ ଦେଇଥିଲେ ଚେତାବନୀ

ରବିବାର ଅପରାହ୍ଣରେ ହରିୟାଣା ବାହାଦୁରଗଡରେ ଗୁଳି କରି ହତ୍ୟା କରାଯାଇଥିଲା । ବାହାଦୁରଗଡରେ ଏକ ରେଲୱେ କ୍ରସିଂ ନିକଟରେ ଯେତେବେଳେ ନଫେ ସିଂହଙ୍କ ଗାଡି ଅଟକିଥିଲା, ସେତେବେଳେ ଅନ୍ୟ ଏକ କାରରେ କିଛି ଦୁର୍ବୃତ ଆସି ତାଙ୍କ ଗାଡି ଉପରକୁ ଅତର୍କିତ ଗୁିଳି ଚାଳନା କରିଥିଲେ । ନଫେ ସିଂହଙ୍କ ଭଣଜା ରାକେଶ ପୋଲିସକୁ ଦେଇଥିବା ବୟାନ ଅନୁସାରେ…

  • ପ୍ରାୟ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ
  • ଘଟଣା ସ୍ଥଳରେ ନଫେ ସିଂହ ରାଠୀଙ୍କ ହୋଇଯାଇଥିଲା ମୃତ୍ୟୁ
  • ତାଙ୍କର ଜଣେ ସୁରକ୍ଷା କର୍ମୀଙ୍କର ମଧ୍ୟ ହୋଇ ଯାଇଥିଲା ମୃତ୍ୟୁ
  • ଗୁଳି ମାଡ଼ ପରେ ଧମକ ଦେଇଥିଲେ ଆକ୍ରମଣକାରୀ
  • ନରେଶ କୌଶିକ୍, କର୍ମବୀର ରାଠୀ, ସତୀଶ ରାଠୀଙ୍କ ବିରୋଧରେ ମାମଲା ନକରିବାକୁ ଦେଇଥିଲେ ଧମକ
  • ରାକେଶଙ୍କୁ କହିଥିଲେ ନଫେ ରାଠୀଙ୍କ ପରିବାର ଲୋକଙ୍କୁ ଜଣାଇଦେବା ପାଇଁ
  • ସେଥିପାଇଁ ରାକେଶଙ୍କୁ ଜୀବିତ ଛାଡିଥିଲେ ଦୁର୍ବୃତ୍ତ

ନଫେ ସିଂହ ରାଠୀଙ୍କ ହତ୍ୟା ପରେ ରାଜ୍ୟରେ ଆଇନ୍ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇ ଧାରଣାକୁ ଓହ୍ଲାଇଛି ବିଭିନ୍ନ ରାଜନୈତିକ ଦଳ । ସେପଟେ ହରିୟାଣା ସରକାର ନଫେ ରାଠୀଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବାକୁ ଘୋଷଣା କରିଛନ୍ତି । ତେବେ ସିଦ୍ଧୁ ମୁଶେୱାଲାଙ୍କ ଭଳି ନଫେ ସିଂହ ରାଠୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏ ଘଟଣା ପରେ ରାଜ୍ୟ ସମେତ ସାରା ଦେଶରେ ଚହଳ ସୃଷ୍ଟି କରିଛି ।