ବାରବାଟୀ ଷ୍ଟାଡିୟମ୍ ନବକଳେବର ଯୋଜନା ନେଇ ଆଜି ଘୋଷଣା । ଭିସି ଜରିଆରେ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ୍ ନିର୍ମାଣ ପାଇଁ ଭିତ୍ତିିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

159

କନକ ବ୍ୟରୋ: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ଆଜି ଏନେଇ ଘୋଷଣା କରିବା ସହ ଭିସି ଜରିଆରେ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ୍ ନିର୍ମାଣ ପାଇଁ ଭିତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ରାଜ୍ୟର ୪୧ଟି କ୍ରିକେଟ ଏକାଡେମିର ମଧ୍ୟ ଉଦଘାଟନ କରାଯିବ । ଏନେଇ ବାରବାଟୀ କ୍ରିକେଟ ଗ୍ରାଉଣ୍ଡରେ ଓସିଏ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ଅରୁଣ ସିଂ ଧୁମାଲ, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାଶ, ଆଡ଼ଭୋକେଟ ଜେନେରାଲ ଅଶୋକ ପରିଜା ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ସାମିଲ ହେବେ ।

ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ, ପଜ୍ଞାନ ଓଝା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ବେଳେ ସଂଧ୍ୟାରେ ବଲିଉଡ଼ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ୫ଟି ରୂପାନ୍ତିକରଣ ଅଭିଯାନରେ ପ୍ରାୟ ୬୦୦କୋଟି ଟଙ୍କା ବ୍ୟୟରେ ବାରବାଟୀ କ୍ରିକେଟ ଷ୍ଟାଡିୟମର ନୂଆରୂପ ନେବାକୁ ଯାଉଛି । ନୂଆ ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିବ, ଏକାସଙ୍ଗେ ବସି ଖେଳ ଦେଖି ପାରିବେ ୬୦ ହଜାର ଦର୍ଶକ । ଏହି ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଅତ୍ୟାଧୁନିକ ଜିମ୍ ସେଂଟର ମଧ୍ୟ ନିର୍ମାଣ କରାଯିବ । ଏଥିସହ ଷ୍ଟାଡିୟମରେ ରହିବ ମଲ୍, ଷ୍ଟାର ହୋଟେଲ ଓ ଅଫିସ୍ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।